ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ସମେତ ଏହି ନେତାଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | May 06, 2024 IST

indiatoday

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ର ଓ ପାର୍ଟି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏମାନେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। 

ବିଜେପି କର୍ଣ୍ଣାଟକ ସୋସିଆଲ୍ ମିଡିଆ ପେଜ୍‌ ଏକ୍ସରେ ପୋଷ୍ଟ ହୋଇଥିବା ଭିଡିଓକୁ ନେଇ ମାମଲା ହୋଇଛି। ଭଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମୁସ୍‌ଲିମଙ୍କୁ ବଡ଼ ଧରଣର ପାଣ୍ଠି ଯୋଗାଉଛନ୍ତି ବୋଲି ଦାବି କରାଯାଇଛି। ଶନିବାର କର୍ଣ୍ଣାଟକ ବିଜେପି ପକ୍ଷରୁ ଏହି ୧୭ ସେକେଣ୍ଡର ଆମିନେଟେଡ୍ ଭିଡିଓ ପୋଷ୍ଟ କରାଯାଇଥିଲା। 

ମେ ୪ ତାରିଖରେ ପୋଷ୍ଟ କରାଯାଇଥିବା ଆନିମେଟେଡ୍ ଭିଡିଓରେ ଗୋଟିଏ ଟୋକେଇରେ ଏସ୍‌ ଏସ୍‌ଟି ଓବିସି ତିନୋଟି ଅଣ୍ଡା ଅଛି। ରାହୁଲ ଗାନ୍ଧୀ ଆଣି ସେଥିରେ ମୁସ୍‌ଲିମ ନାଁରେ ଏକ ଅଣ୍ଡା ଥୋଉଛନ୍ତି। ଆଉ ଅଣ୍ଡାଫୁଟି ବାହାରିବା ପରେ ରାହୁଲ ଗାନ୍ଧୀ କେବଳ ମୁସ୍ଲିମ୍‌କୁ ଫଣ୍ଡ ନାମକ ଦାନା ଦେଉଛନ୍ତି। ରାଜ୍ୟରେ ଏସ୍‌ସି ଏସ୍‌ଟି ଓବିସିଙ୍କ କୋଟା ଶେୟାର୍‌କୁ ମୁସ୍‌ଲିମକୁ ଦିଆଯିବା ଅଭିଯୋଗରେ ଭିଡିଓକୁ ଲିଙ୍କ୍ କରାଯାଇଛି।  

ଏହି ଭିଡିଓ ପୋଷ୍ଟ ହେବା ପରେ କର୍ଣ୍ଣାଟକ କଂଗ୍ରେସ ଆଇନ ପରାମର୍ଶଦାତା ଟିମ୍‌ ସଦସ୍ୟ ରମେଶ ବାବୁ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଡେପି ନଡ୍ଡା, ବିଜୟେନ୍ଦ୍ର ଓ ମାଲବ୍ୟଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଏହା ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଭିଡିଓକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ କରି ସାରିଛି।

ଘଟଣାକୁ ନେଇ କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡୀ କହିଛନ୍ତି ଯେ ବିଜେପି ପାଖରେ ସାଧାରଣ ଜ୍ଞାନ ନାହିଁ। ସେମାନଙ୍କର ମୁଖ୍ୟ ନେତାମାନେ ମଧ୍ୟ ସମାନ। ବିଧାନସଭା ନିର୍ବାଚନରେ ସେମାନେ ହିଜାବ, ଆଜାନ, ହଲାଲ ଆଦି ବିଷୟ ଉଠାଇଥିଲେ। ହେଲେ ଲୋକା ତାଙ୍କୁ ଗ୍ରହଣ କଲେ ନାହିଁ। ବର୍ତ୍ତମାନ ସେମାନେ ଥାଳି(ମଙ୍ଗଳସୂତ୍ର) କଥା କହୁଛନ୍ତି। ସେମାନେ ଥର ଦୁଇ ଅଙ୍କ ସଂଖ୍ୟାରେ ବି ନିର୍ବାଚନ ଜିତିପାରିବେ ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.