ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା; ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ୬ ଜୀବନ

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୦୫।୦୫: ଦର୍ଶନ ପାଇଁ ବାହାରକୁ ଯାଇଥିବା ଗୋଟିଏ ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଅଜ୍ଞାତ ଗାଡି ସହିତ ଧକ୍କା ହେବା ପରେ କାରଟି ରାସ୍ତା ମଝିରେ ଓଲଟି ପଡିଥିଲା। କାରଟି ଖରାପ ଏତେ ଜୋରରେ ଧକ୍କା ହେବା ଫଳରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ରାଜସ୍ଥାନର ସାୱାଇ ମାଧୋପୁରର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି। ପରିବାର ସିକର ବାସିନ୍ଦା ଥିଲେ ଏବଂ ସାୱାଇ ମାଧୋପୁର ପୋଲିସ ଷ୍ଟେସନ ପରିସରରେ ଦୁର୍ଘଟଣା ଘଟିଥିବା ବେଳେ ରଣଥାମ୍ବୋରର ଗଣେଶ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ କାର ଭାଙ୍ଗିକି ମୃତଦେହ ବାହାରକୁ ନିଆଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଆହତ ପିଲାମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଚିକିତ୍ସା ଚାଲିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଘଟସ୍ଥାଲରେ ଥାଇ ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.