LIVE TV

କଙ୍ଗାରୁ କୋର୍ଟରେ ଅଜବ ଦଣ୍ଡ, ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବୁଲାଇଲେ ସ୍ୱାମୀ

NEWS7
sng

ସୁନ୍ଦରଗଡ ୨୦।୦୯ : ଅନ୍ଧବିଶ୍ୱାସର ଅନ୍ଧ ନୀତି । ଗାଁ ଦାଣ୍ଡ ବସିଲା କଙ୍ଗାରୁ କୋର୍ଟ । ଆଉ ଗାଁର ଯାକ ସ୍ତ୍ରୀକୁ ଉଲଗ୍ନ କରି ବୁଲାଇଲେ ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଟିମିନା ବିରିମୁଣ୍ଡା ଗାଁରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, ବଡ଼ଗାଁ ଥାନା ଟିମିନି ବିରିମୁଣ୍ଡା ଗାଁରୁ ଆସିଛି ଭୟଙ୍କର ଚିତ୍ର । ସ୍ତ୍ରୀର ପରିକ୍ରିୟା ପ୍ରୀତି ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଯେଉଁଥିରେ ମହିଳାଙ୍କ ମିଳିଥିଲା ଅଜବ ଦଣ୍ଡ। ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବୁଲାଇବା ପାଇଁ ମିଳିଲା ଦଣ୍ଡ । ମହିଳା ଜଣଙ୍କ ଗାଁ ଦାଣ୍ଡରେ ଉଲଗ୍ନ ହୋଇ ବୁଲିଲେ । ଆଉ ସ୍ୱାମୀ ମଧ୍ୟ ପଛ ପଛରେ ଯାଉଥିବା ଦେଖିବାକୁ ମିଳିଛି । ତେବେ ସୁନ୍ଦରଗଡ଼ରୁ ଆସିଥିବା ଏପରି ଘଟଣାକୁ ନେଇ କୌଣସି ଥାନାରେ ମାମଲା ରୁଜୁ ହୋଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ​​​​​​​