ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ,ଟିକେଟ ପାଇ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ବର ୧୮/୪: ନିର୍ବାଚନରେ ଲଢିବାକୁ ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ । ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ,ଦେବଗଡ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ ଓ ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି ।

ସବୁ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ କହିଛନ୍ତି ସ୍ବାଧୀନତା ପରେ ପ୍ରଥମ ଥର ଜଣେ ମହିଳା ଜୟପୁରରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ବିଜୟ ସୁନିଶ୍ଚିତ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.