ମଦୁଆଙ୍କୁ ନାହିଁ ନିସ୍ତାର, ରାଜଧାନୀର ବିଭିନ୍ନ ସ୍ଥାନରେ ନାଇଟ ଚେକିଂ

Published By : Prameya-News7 Bureau | March 10, 2024 IST

ଭୁବନେଶ୍ୱର ୧୦।୦୩ : ମଦୁଆଙ୍କୁ ନିସ୍ତାର ନାହିଁ । ମଦ ପିଇ ଗାଡି ଚଳାଉଥିଲେ କଟୁଛି ଫାଇନ୍, ସିଜ୍  ହେଉଛି ଗାଡି । ମଦ୍ୟପ ଚାଳକଙ୍କ ଉପରେ  ହେଉଛି ସ୍ପଟ୍ ଆକ୍ସନ। ରାଜଧାନୀରେ ରାତି ସାରା  ବ୍ଲକିଂ ଚେକିଂ ଜୋରଦାର । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି  ଅଟକାଇ  ଯାଞ୍ଚ କରୁଛି ।  ଏଥିସହ ଗାଡି ଚାଳକ ମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି ।


ଖବର ଅନୁଯାୟୀ, ଶନିବାର ରାତିରେ କଟକ ରୋଡର ଲକ୍ଷ୍ମୀ ସାଗର, ଝାରପଡା  ଛକ , କଳ୍ପନା ଛକ , ଚନ୍ଦ୍ରଶେଖରପୁର-ନନ୍ଦନକାନନ ରାସ୍ତାର   ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ଜାଭିୟର ଛକରେ ଜୋରଦାର  ବ୍ଲକିଂ ଚେକିଂ କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ଜାଗାରେ ଚାଲିଥିବା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ ଏକାଧିକ ମଦ୍ୟପ ଚାଳକ ଧରା ପଡ଼ିଥିଲେ।  ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ଗାଡ଼ି ଜବତ କରିଛି ପୋଲିସ୍।  ବ୍ଲକିଂ ଚେକିଂରେ ପୋଲିସ କମିଶନର ସମେତ ପ୍ରତି ଜୋନ ଏସିପି ଓ ଥାନା ଅଧିକାରୀମାନେ ଚେକିଂରେ ସାମିଲ ହୋଇଛନ୍ତି। ଏଥିସହିତ  ଟ୍ରାଫିକ ପୋଲିସ ଏବଂ ପୋଲିସ ଫୋର୍ସ ମୁତୟନ ହୋଇଥିଲେ  । ତେବେ ନିଶା ଖାଇ ଗାଡ଼ି ଚଳାଇବା ଯୋଗୁ ରାଜରାସ୍ତାରେ ଧନଜୀବନ ହାନି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି   ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ।

 

 

  • bhubaneswar
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.