ଗୋଟିଏ ଲଞ୍ଚର୍‌ରୁ ଲଗାତାର ଦୁଇ ପ୍ରଳୟ ମିସାଇଲ୍ ଲଞ୍ଚ୍, ୧୦୦୦ କିଲୋ ବାରୁଦ କ୍ଷମତା; ଟାର୍ଗେଟ୍‌ରେ ପାକିସ୍ତାନ-ବାଂଲାଦେଶ

NEWS7
canadian-theater-owners-threatened-before-ponniyin-selvan-release-will-attack

ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଭାରତ ନିଜ ପ୍ରତିରକ୍ଷା କ୍ଷମତାରେ ନୂଆ ଶକ୍ତି ଯୋଡ଼ିଛି । ନିଜ ପ୍ରତିରକ୍ଷା କ୍ଷମତାକୁ ନୂଆ ମଜଭୁତ କରି ଡିଆରଡିଓ ପ୍ରଳୟ ମିସାଇଲର ସଫଳ ସାଲଭୋ ଲଞ୍ଚ୍ କରିଛି । ଏହି ପରୀକ୍ଷଣ ଦେଶର ସ୍ୱଦେଶୀ ମିସାଇଲ୍ ପ୍ରଯୁକ୍ତି ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତାର ଏକ ବଡ଼ ଉପଲବ୍ଧି କୁହାଯାଉଛି । ଗୋଟିଏ ହିଁ ଲଞ୍ଚରରେ କମ ସମୟ ବ୍ୟବଧାନରେ ଦୁଇ ମିସାଇର ସଫଳ ଉତକ୍ଷେପଣ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ବୁଧବାର ସକାଳ ପ୍ରାୟ ୧୦.୩୦ ମିନିଟରେ ଓଡ଼ିଶାର ଉପକୂଳରୁ ଗୋଟିଏ ଲଞ୍ଚରରେ ଦୁଇ ପ୍ରଳୟ ମିସାଇଲ୍ ଉତକ୍ଷେପଣ କରାଯାଇଥିଲା । ଏହି ଉଡାଣ ପରୀକ୍ଷଣ ୟୁଜର ଇଭାଲ୍ୟୁଏସନ ଟ୍ରାୟଲ୍ସ ଅଧିନରେ କରାଯାଇଛି । ଦୁଇ ମିସାଇଲ ଧାର୍ଯ୍ୟ କରାଯାଇଥିବା ଦିଗରେ ଉଦ୍ଦେଶ୍ୟକୁ ସଫଳତା ସହ ହାସଲ କରିଥିଲେ । ମିସାଇଲର ସମ୍ପୂର୍ଣ୍ଣ ଉଡାଣ ଉପରେ ନଜର ରଖିବା ପାଇଁ ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ସେନସର ଲଗାଯାଇଥିଲା ।

୭୫୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରୁଥିବା ଏହି ମିସାଇଲ୍ ୧୦୦୦ କିଲୋ ବାରୁଦ ନେବାରେ ସକ୍ଷମ । ଏହି ମିସାଇଲ୍ ଭାରତର ପ୍ରମୁଖ ସେନା କ୍ୟାମ୍ପ ଫିରୋଜପୁର, ଜୈସଲମେର, ଭୁଜ ଠାରୁ ପାକିସ୍ତାନର ୧୦ ବଡ଼ ସହର ଲାହୋର, ଫୈସଲାବାଦ, ଗୁଞ୍ଜରାବାଲା, ରାୱଲପିଣ୍ଡି, ଇସଲାମାବାଦ, ବାହବଲପୁର, ମୁସତାନ, ଲାହୋର, କରାଚୀ, ହାଇଦ୍ରାବାଦ, ସୁକ୍କୁରକୁ ଟାର୍ଗେଟ୍ କରାଯାଇପାରିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଭାରତର ସାମରିକ ମିସାଇଲ୍ କ୍ଷମତା ପାଇଁ ଏକ ବଡ଼ ଉପଲବ୍ଧି ଅଟେ । ପ୍ରଳୟ ସର୍ଟ ରେଞ୍ଜର ବାଲିଷ୍ଟିକ ମିସାଇଲ୍ ଓ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଅଟେ । ପୂର୍ବରୁ ଡିଆରଡିଓ ଜୁଲାଇ ୨୮-୨୯ରେ ଓଡ଼ିଶା ଉପକୂଳରେ ପ୍ରଳୟ କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ କରିଥିଲା । ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ବିକଶିତ ଏହି ଆଧୁନିକ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଖୁବ୍ ଶୀଘ୍ର ଭାରତୀୟ ସଶସ୍ତ୍ର ବାହିନୀରେ ସାମିଲ କରିବାକୁ ଯାଉଛି, ଯାହା ଦେଶର ପ୍ରତିରକ୍ଷା କ୍ଷମତା ଏବଂ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ।