Iran protests: ଇରାନ ଆନ୍ଦୋଳନରେ ଯାଇଛି ୫ ହଜାର ଜୀବନ, ୫୦୦ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଆତଙ୍କବାଦୀ ଆକ୍ରମଣକୁ ଦାୟୀ କଲେ ଖାମେନି ସରକାର

NEWS7
canada-pm-justin-trudeau-tested-covid-positive-for-2nd-time

ତେହରାନ: Iran protests: ଇରାନ ଆନ୍ଦୋଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଅତି କମରେ ୫ ହଜାର ହୋଇଛି। ଯେଉଁଥିରେ ୫୦୦ ସୁରକ୍ଷା କର୍ମୀ ଅଛନ୍ତି। ଜଣେ ଇରାନୀ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଦଙ୍ଗାକାରୀ ଆତଙ୍କବାଦୀମାନେ ନିରିହ ଲୋକଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀଅଧିକାରୀ କହିଛନ୍ତି ଯେ ଏହି ମୃତ୍ୟୁ ସଂଖ୍ୟା ଯାଞ୍ଚ କରାଯାଇ ଦିଆଯାଇଛି। ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ଆସିଲେ ଏହା ଅଧିକ ହେବାର ଆଶଙ୍କା ନାହିଁ।

ଇରାନର ଆର୍ଥିକ ଦୁର୍ଦ୍ଦଶାକୁ ନେଇ ୨୦୨୫ ଡିସେମ୍ବର ୨୮ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ଏହି ଆନ୍ଦୋଳ ତୀବ୍ର ରୂପ ନେବା ସହ ଧର୍ମଗୁରୁ ଶାସନର ଅନ୍ତ ଘଟାଇବାକୁ ପ୍ରବଳ ଦାବି ଉଠିଥିଲା। ୧୯୭୯ ଇସଲାମିକ୍ ବିପ୍ଳବ ପରେଏହା ଇରାନର ସବୁଠାରୁ ଘାତକ ଆନ୍ଦୋଳନ ଥିଲା।

ତେବେଇରାନ କର୍ତ୍ତୃପକ୍ଷ ଏହି ଆନ୍ଦୋଳନ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି। ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ଆମେରିକା ଏବଂ ଇସ୍ରାଏଲକୁ ଅଶାନ୍ତିର କାରଣ ବୋଲି ଦର୍ଶାଇଛନ୍ତି। ଏବଂ ଆନ୍ଦୋଳନ ପାଇଁ ଦେଶରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଖାମେନି ସ୍ୱୀକାର କରିଛନ୍ତି।

ଇରାନ ଆନ୍ଦୋଳନରେ ୨୪ ହଜାର ଗିରଫ

ଆମେରିକା ସ୍ଥିତ ମାନବାଧିକାର କର୍ମୀ ନ୍ୟୁଜ ଏଜେନ୍ସି (HRANA)ଶନିବାର କହିଛି ଯେ ଆନ୍ଦୋଳନରେ ସଂସ୍ଥା ଅତି କମରେ ୩,୩୦୮ ଜଣଙ୍କ ମୃତ୍ୟୁକୁ ରେକର୍ଡ କରିଛି।ଏବଂ ଅନ୍ୟ ୪,୩୮୨ ମାମଲାକୁ ବର୍ତ୍ତମାନ ସମୀକ୍ଷା କରାଯାଉଛି। ଏହି ଗ୍ରୁପ କହିଛି ଯେ ୨୪,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।ତେବେ ଇରାନ ଅଧିକାରୀ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟାର ଅନୁମାନକୁ ଭୁଲ ବୋଲି ଦର୍ଶାଇଛନ୍ତି। ଚୂଡ଼ାନ୍ତ ସଂଖ୍ୟା ଆଦୌ ଅଧିକ ହେବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।ଇରାନରେ ଅଶାନ୍ତିକୁ ବଢ଼ାଇବା ପାଇଁ ଆମେରିକା ଓ ଇଶ୍ରାଏଲରେ ରହି ବିଦେଶୀ ତତ୍ୱକୁ ଆନ୍ଦୋଳନକାରୀଙ୍କୁ ସବୁ ପ୍ରକାର ସହଯୋଗ କରିଛନ୍ତି।

ଟ୍ରମ୍ପଙ୍କ ଧମକ ଖାମେନିଙ୍କ ଜବାବ

ଆନ୍ଦୋଳନକାରୀଙ୍କ ହତ୍ୟାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଥିଲେ । ଆଉ କହିଥିଲେ ଯେ ଯଦି ଇରାନ ସରକାର ଆନ୍ଦୋଳନାକରୀଙ୍କୁ ହତ୍ୟା କରନ୍ତି ଓ ଫାସୀ ଦିଅନ୍ତି ଆମେରିକା ସେନା ଆନ୍ଦୋଳନକାରୀଙ୍କୁ ରକ୍ଷା କରିବା ପାଇଁ ଯୁଦ୍ଧକୁ ଓହ୍ଲାଇବ। ଏହାପରେ ଶୁକ୍ରବାର ଟ୍ରମ୍ପଙ୍କ ଟୋନ୍ ବଦଳିଥିଲା। ସୋସିଆଲ୍ ମିଡିଆ ଟ୍ରୁଥ ସୋଶାଲରେ ପୋଷ୍ଟ କରି ଟ୍ରମ୍ପ କହିଥିଲେ ଯେ ଇରାନ ସରକାରବହୁ ଲୋକଙ୍କୁ ଫାସୀ ଦେବା ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ଏବଂ ସେ ଇରାନ ସରକାରଙ୍କୁ ଧନ୍ୟବାଦ ବି ଦେଇଥିଲେ।ତେବେ ଇରାନ ନ୍ୟାୟପାଳିକା କିନ୍ତୁ ଅଲଗା କଥା କହିଥିଲା। ଫାସୀ ପ୍ରକ୍ରିୟା ବନ୍ଦ ହୋଇ ନାହିଁ। ଏହା ଜାରି ରହିଛି ବୋଲି କହି ଟ୍ରମ୍ପଙ୍କୁ ଇଙ୍ଗିତ କରିଥିଲା।

ଏ ନେଇ ଖାମେନି କହିଥିଲେଆମେ ଦେଶକୁ ଯୁଦ୍ଧକୁ ଟାଣିବୁ ନାହିଁ,କିନ୍ତୁ ଆମେ ଘରୋଇ କିମ୍ବା ଆନ୍ତର୍ଜାତୀୟ ଅପରାଧୀଙ୍କୁ ଦଣ୍ଡ ନ ଦେଇ ଛାଡ଼ିବୁ ନାହିଁ।