କ’ଣ ଚାମ୍ପିଅନ୍ସ ଟ୍ରଫିରୁ ଓହରିବ ଭାରତ ? ଏମିତି ହେଲେ କେମିତି ଖେଳାଯିବ ଟୁର୍ଣ୍ଣାମେଣ୍ଟ

Published By : Prameya-News7 Bureau | July 13, 2024 IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରପି ୨୦୨୫ରେ ଭାରତୀୟ କ୍ରିକେଟ୍ ଦଳର ଅଂଶଗ୍ରହଣକୁ ନେଇ ସସପେନ୍ସ ଲାଗି ରହିଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେଉଛି। ହେଲେ ଭାରତୀୟ ଦଳ ପଡ଼ୋଶୀ ଦେଶ ଗସ୍ତ କରିବାକୁ ପ୍ରସ୍ତୁତ ନୁହେଁ। ନିକଟରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ। ଏହା ବ୍ୟତୀତ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ହାଇବ୍ରିଡ ମୋଡେଲକୁ ନେଇ କୌଣସି ଅପଡେଟ୍ ମିଳିନାହିଁ। ଏମିତିରେ କଣ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବ। ଯଦି ଏମିତି ହୁଏ ତେବେ ଟୁର୍ଣ୍ଣାମେଣ୍ଟ କେମିତି ହେବ ?

Also read: ନକ୍‌ଆଉଟ୍‌, ଅଷ୍ଟ୍ରେଲିଆ ଓ ଯୁବରାଜ ସିଂହ, ବଦଳିଛି ବର୍ଷ, ବଦଳିନାହାନ୍ତି 'ସିକ୍ସର କିଙ୍ଗ୍‌'

ପାକିସ୍ତାନ ନିଜର ଡ୍ରାଫ କ୍ରୀଡ଼ା ସୂଚୀରେ ଭାରତର ସମସ୍ତ ମ୍ୟାଚ୍‌ଗୁଡ଼ିକୁ କେବଳ ଲାହୋରରେ ରଖିଛି, ଯଦ୍ଵାରା ଭାରତର ସୁରକ୍ଷା ସଂପର୍କିତ ସବୁ ଚିନ୍ତା ଦୂର କରି ପାରିବ। ମାତ୍ର ଏ ପର୍ଯ୍ୟନ୍ତ ଆସିଥିବା ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ କୌଣସି ବି ମୂଲ୍ୟରେ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ନୁହେଁ। କିନ୍ତୁ ବିସିସିଆଇ ପକ୍ଷରୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଏମିତି ସ୍ଥିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଖରେ ବିସିସିଆଇର ଦାବି ମାନିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଯଦି ପିସିବି ନିଜ କଥାରେ ଅଟଳ ରହେ ଯେ, ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ ଏବଂ କୌଣସି ହାଇବ୍ରିଡ ମୋଡେଲ୍ ଆପଣା ଯିବ ନାହିଁ। ଏମିତି ପରିସ୍ଥିତିରେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ପ୍ରତ୍ୟାହାର କରି ପାରେ। ଯଦି ଭାରତ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଏ ତେବେ ଟୁର୍ଣ୍ଣାମେଣ୍ଟ କେମିତି ହେବ ?

ଚାମ୍ପିଅନ୍ସ ଟ୍ରଫି ୮ଟି ଦଳକୁ ନେଇ ଆୟୋଜନ କରାଯାଏ। ସେହି ୮ଟି ଦଳ ଯୋଗ୍ୟତା ଅର୍ଜନ କରନ୍ତି ଯିଏ ଗତ ଦିନିକିଆ ବିଶ୍ଵକପ୍‌ରେ ପଏଣ୍ଟ ଟେବୁଲରେ ୮ ନମ୍ଵର ପର୍ଯ୍ୟନ୍ତ ରହିଥାନ୍ତି। ଗତ ଦିନିକିଆ ବିଶ୍ଵକପ୍‌ରେ ବାଂଲାଦେଶ ଅଷ୍ଟମ ଓ ଶ୍ରୀଲଙ୍କା ନବମ ସ୍ଥାନରେ ରହିଥିଲେ। ଯଦି ଭାରତ ନାଁ ପ୍ରତ୍ୟାହାର କରେ ତେବେ ୭ଟି ଟିମ୍ ରହିବେ। ୭ଟି ଟିମ୍‌କୁ ନେଇ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହୁଏ ନାହିଁ। ତେଣୁ ଏମିତି ସ୍ଥିତିରେ ନବମ ସ୍ଥାନରେ ଥିବା ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.