ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

NEWS7
campaigning-for-the-padmapur-by-election-is-over

କରଞ୍ଜିଆ ୦୫।୦୧ : ଘାଟିରେ ଦୁର୍ଘଟଣା । ୨୨୦ ନମ୍ବର ଜାତୀୟ ରାଜପଥ ବଣମୁଣ୍ଡା ନିକଟସ୍ଥ ମାଛକାନ୍ଦଣା ଘାଟିରେ ସିରିଜ୍ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ଦିନ ୨୨୦ ନମ୍ବର ଜାତୀୟ ରାଜପଥ ବଣମୁଣ୍ଡା ନିକଟସ୍ଥ ମାଛକାନ୍ଦଣା ଘାଟିରେ ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ଓଲଟିପଡିଥିଲା ।ଯାହାଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଟାଟା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

​​​​​​​

ସେପଟେ ଘଟଣାସ୍ଥଳରେ ଯଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାକି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଡ୍ରାଇଭରଙ୍କ ମୃତଦେହକୁ ବର୍ତ୍ତମାନ ଯାଏ ଉଦ୍ଧାର କରାଯାଇନାହିଁ ।