୧୬ରୁ ଅଧିକ ରହିବ ଶୀତର ପ୍ରକୋପ, ୧୮ ଯାଏଁ କୋହଲା ପବନ ଜାରି

NEWS7
buying-gold-will-be-expensive-tax-on-export-of-diesel-and-petrol-also-increased

ଭୁବନେଶ୍ବର ୧୪।୧୨: ସାରା ରାଜ୍ୟରେ ଶୀତର ଲହରୀ ୧୬ରୁ ପୁଣି ଶୀତର ପ୍ରକୋପ ଅଧିକ ରହିବ ଦୀର୍ଘ ଦିନ ଯାଏଁ ଶୀତର ପ୍ରକୋପ ରହିବ । ବର୍ତ୍ତମାନ ଉତ୍ତର, ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଛି । କୋହଲା ପବନର ପ୍ରବାହ ଆସନ୍ତା ୧୮ ଯାଏଁ ଜାରି ରହିବ । ୧୯ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ।

ତେବେ ପବନର ପ୍ରବାହ ଫଳରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆକାଶ ମେଘମୁକ୍ତ ରହୁଛି । ପୃଥିବୀ ବିକିରଣ ବାୟୁମଣ୍ଡଳ ଉପରି ଭାଗକୁ ଯାଉଛି । ଯାହାକି ଅଧିକ ଥଣ୍ଡା ସୃଷ୍ଟି କରୁଛି ବୋଲି କହିଛନ୍ତି ପାଣିପାଗ ବିଶେଜ୍ଞ ।

ସେପଟେ  ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏଥିସହିତ କଳାହାଣ୍ଡି କନ୍ଧମାଳ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦେଖା ଦେଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ​​​​​​