LIVE TV

୬୦ କିଲୋରୁ ଅଧିକ ଓଜନର ତରଳ ଗଞ୍ଜେଇ ଜବତ, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

NEWS7
bus-durghatana-in-nayagarh

ମାଲକାନଗିରି: ରେଡ୍‌ରେ ୬୦ କିଲୋରୁ ଅଧିକ ଓଜନର ତରଳ ଗଞ୍ଜେଇ ଜବତ କଲା ପୋଲିସ। ଜବତ ଗଞ୍ଜେଇର ମୂଲ୍ୟରେ କୋଟିରେ ହୋଇଥିବାବେଳେ, ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ।

ସୂଚନା ଅନୁସାରେ, ରବିବାର ମାଲକାନଗିରି ପୋଲିସ ଚିତ୍ରକୋଣ୍ଡା ଅଞ୍ଚଳରୁ ତରଳ ଗଂଜେଇ ଚାଲାଣ ହେଉଥିବା ଖବର ପାଇଥିଲା। ପୋଲିସକୁ ଖବର ମିଳିଥିଲା ଯେ, ୮ ସନ୍ଦିଗ୍ଧ ଏସାର ଛକ ନିକଟରେ ତରଳ ଗଞ୍ଜେଇ ସହ ଏକାଠି ହୋଇଛନ୍ତି।

ତେବେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ବାହାରିଥିଲା। ହେଲେ ପୋଲିସକୁ ଦେଖି ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ ଚାଲାଣକାରୀ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମବେଳେ ୮ଟି ବାଇକ ସାଇକେଲ ଏବଂ ୬୦ କେଜି ତରଳ ଗଞ୍ଜେଇ ଜବତ କରିଛି। ଏହି ତରଳ ଗଞ୍ଜେର ମୂଲ୍ୟ ୮ କୋଟି ଟଙ୍କା ହେବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି ବିନୋ ପାଟିଲ ଏଚ୍‌।

ସେପଟେ ଏହି ଘଟଣା ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛିl ପୂର୍ବରୁ ଏଭଳି ଗଞ୍ଜେଇ ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଏହାର ଟେର ପାଇପାରୁନଥିଲା। ଏଭଳି ତରଳ ଗଞ୍ଜେଇ କେଉଁଠାରେ ପ୍ରସ୍ତୁତ କରାଯାଉଛି ତାକୁ ନେଇ ପୁଲିସ ଜୋରଦାର ତଦନ୍ତ କରିବ ବୋଲି କହିଛି ?

ଏସପି କହିଛନ୍ତି ଏହି ତରଳ ଗଞ୍ଜେଇ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତ କରାଯାଉଛି। ଏହି ଗଞ୍ଜେଇ ଚାଲାଣର କିଙ୍ଗପିନ ଧରାପଡିଲେ ଏହି ଗଞ୍ଜେଇ ତେଲର ପର୍ଦ୍ଦାଫାସ ହୋଇପାରିବ।