LIVE TV

ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ହାଇଓ୍ୱା, ପଛରୁ ପିଟିଲା ଯାତ୍ରୀବାହୀ ବସ୍

NEWS7
jaj

ଯାଜପୁର ୨୭।୦୯ : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ପୁରୁଣା ଟୋଲଗେଟ୍‌ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌ ଛକ ନିକଟରେ ଏକ ହାଇଓ୍ୱା ପୂର୍ବରୁ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ହାଇଓ୍ୱାକୁ ପଛ ପଟୁ ଧକ୍କା ଦେଇଛି ।  ଯାହାଫଳରେ ବସ୍‌ ଡ୍ରାଇଭର ଓ କଣ୍ଟକ୍ଟରଙ୍କ ସମେତ ଜଣେ ମହିଳା ଆହତ ହୋଇଛନ୍ତି । ମୋଟ ୩ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ଲାଗି କିଛି ସମୟ ପାଇଁ ଭୁବନେଶ୍ୱର-କୋଲକାତା ରାସ୍ତାରେ ଗାଡ଼ି ଚଳାଚଳା ବନ୍ଦ ରହିଥିବା ସୂଚନା ମିଳିଛି । ଅବଶ୍ୟ ପରେ ସବୁକିଛି ସ୍ୱାଭାବିକ ହୋଇଥିବା ଜଣାପଡିଛି ।