ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଅଚ୍ଛେ ଦିନ କୁଆଡେ ଗଲା ବୋଲି ବିରୋଧୀଙ୍କୁ ପ୍ରଶ୍ନ କଲେ ନବୀନ

Published By : Prameya-News7 Bureau | May 15, 2024 IST

ଅନୁଗୋଳ ୧୫।୫: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ମାରାଥନ୍ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ସରକାରୀ ଯୋଜନା ବିଷୟରେ ପଚାରି ବୁଝିଥିଲେ । ମଧୁବାବୁ ପେନସନ ଯୋଜନା, BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା ଭଲ କି ପଚାରିଲେ ନବୀନ । ପୁରୀ ଧାମ ଭଲ କି ପଚାରିଲେ । ନବୀନ ପଟ୍ଟନାୟକ, ଶଙ୍ଖ ଚିହ୍ନ ଭଲ କି ପଚାରିଲେ ମୁଖ୍ୟମନ୍ତ୍ରୀ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି କହିବା ସହ ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଅଚ୍ଛେ ଦିନ କୁଆଡେ ଗଲା ବୋଲି ବିରୋଧୀଙ୍କୁ କଟାକ୍ଷ କରିଥିଲେ ନବୀନ । ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ୍ ଦିଅନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ସେହିଭଳି ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତରେ ତେଲ ଦର ବଢିଲା, LPG ଦର ବୃଦ୍ଧି ହୋଇଛି ବୋଲି କହିଥିଲେ । ଏଠି କେନ୍ଦ୍ର ମନ୍ତ୍ରୀ ଗୋଟିଏ ହେଲେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ନାହାନ୍ତି, କୋଇଲା ରୟାଲିଟି ବଢ଼ାଉ ନାହାଁନ୍ତି । ବବି ବାବୁଙ୍କ ମୁଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ହାତ ଅଛି । ବବି ଭାଇ ଏବଂ ସୁଶାନ୍ତ ବାବୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ପାଣ୍ଡିଆନ୍ କହିଥିଲେ । ୯୦ ପ୍ରତିଶତ ପରିବାରରୁ ବିଜୁଳି ବିଲ୍ ଛାଡ଼ କରାଯିବ। ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଦିଆଯିବ, ୬୦ବର୍ଷ ପରେ ଭତ୍ତା ମିଳିବ ବୋଲି ପାଣ୍ଡିଆନ୍ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭି.କେ. ପାଣ୍ଡିଆନ ଏବଂ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ ।

You Can Read :

ଝାରସୁଗୁଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ଅର୍ଥମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.