LIVE TV

କଟକଣା ପରେ ବି ସାଙ୍ଗରେ ନେଇ ଯାଉଥିଲେ, ଯବାନଙ୍କ ହାବୁଡରେ ପଡିଗଲେ ସୁପରଭାଇଜର

NEWS7

ପାରାଦ୍ୱୀପ ୩୧/୦୮: ଯୁବକଙ୍କ ବ୍ୟାଗ୍‌ରୁ ମିଳିଲା ଗୁଳି । ଆଇଓସିଏଲ ଗେଟ ପାଖରେ ତଲାସୀ ବେଳେ ବ୍ୟାଗ୍ ରୁ ଗୁଳି ଜବତ । ସିଆଇଏସ‌ଏଫର ତନାଘନା ପରେ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । 

ପାରାଦ୍ୱୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ସିଆଇଏସଏଫ ଯବାନଙ୍କ ତଲାସି ବେଳେ ବ୍ୟାଗ୍ ରୁ ବାହାରିଥିଲା ଗୁଳି । ଦେବାଶିଷ ଦାସକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। 

ସୂଚନା ଥାଉକି, ଆଇଓସିଏଲ ଏକ ସମ୍ବେଦନଶୀଳ କମ୍ପାନୀ । ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା । ଯେହେତୁ ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଛି। ସେଥିପାଇଁ ପୂର୍ବରୁ ଏଠାରେ କଟକଣା ଜାରି କରାଯାଇଛି । 

ତଥାପି ସୁପରଭାଇଜର ଜଣଙ୍କ କଟକଣାକୁ ଫୁ କରି ସାଙ୍ଗରେ ନେଇଯାଇଥିଲେ ଗୁଳି । ଆଉ ଯେତେବେଳେ ଗେଟ୍ ପାଖରେ ଛାନଭିନ୍ କରାଯାଇଥିଲା ସେତେବେଳେ ମିଳିଥିଲା ଗୁଳି । ଏବେ ପ୍ରଶ୍ନ ଉଠୁଛି କଣ୍ ପାଇଁ ନିଜ ବ୍ୟାଗ୍ ରେ ଗୋଟିଏ ଗୁଳି ନେଇଥିଲେ ସୁପରଭାଇଜର ଜଣଙ୍କ । କାରଣ ଜଣାପଡିନି କିନ୍ତୁ ପୋଲିସ ଯୁବକ କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।