ବଡ଼ବିଲ ୧୦୧୧: ମାଟିରେ ମିଶିବ ଅଭିଯୁକ୍ତଙ୍କ ଘର । ବଡ଼ବିଲରେ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ମୋହନଙ୍କ ବୁଲଡୋଜର ଅପରାଧ କଲେ ମାଟିରେ ମିଶିବ ସବୁକିଛି । ଅପରାଧୀଙ୍କୁ ସାବାଡ୍ କରିବାକୁ ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ । ବିଭିନ୍ନ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ମୋହନଙ୍କ ବୁଲଡୋଜର ।

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୮ନଂ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟର ମାଟିରେ ମିଶିବ ୪ ଜଣ ଅଭିଯୁକ୍ତଙ୍କ ଘର । ଏକାଧିକ ସାଙ୍ଘାତିକ ମାମଲାରେ ଏହି ୪ ଅଭିଯୁକ୍ତ ଜଡ଼ିତ ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ପରିବାର, ସରକାରୀ ଜମିକୁ ଜବରଦଖଲ କରି ସେଥିରେ ବେଆଇନ ଭାବରେ ଘର ନିର୍ମାଣ କରିଥିଲେ । ସୋମବାର ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।

​​​​​​​

ଅଭିମନ୍ୟୁ ପ୍ରଧାନ, ଆଲୋକ ରାମ୍, ନେହାଲ ଖାନ୍ ଓ ଶାହାଦତ୍ ଖାନ୍ ବିଭିନ୍ନ ଗୁରୁତର ଅପରାଧରେ ସାମିଲ ରହିଥିବା ବେଳେ, ଏମାନଙ୍କ ଘରକୁ ମାଟିରେ ମିଶାଇବା ପାଇଁ ପ୍ରିକ୍ରିୟା ଜାରି ରହିଛି । ଏ ସମସ୍ତଙ୍କ ଘର ବଡ଼ବିଲ ପୌରାଞ୍ଚଳ ୮ନଂ ୱାର୍ଡରେ । ଅପରାଧୀଙ୍କ ମେରୁଦଣ୍ଡକୁ ଭାଙ୍ଗିବା ପାଇଁ ଏହା ଅପରାଧୀଙ୍କ ପାଇଁ ଶକ୍ତ ଚେତାବନୀ ବାର୍ତ୍ତା ବୋଲି କୁହାଯାଉଛି ।