ଦୋକାନ ସଟର ତାଡି ନେଇଗଲେ ବ୍ରାଣ୍ଡେଡ୍ ମଦ, ନଗଦ ଲକ୍ଷେ ଟଙ୍କା ଚୋରି

Published By : Prameya-News7 Bureau | August 26, 2025 IST

ସାଲେପୁର ୨୬।୮: ମଦ ଦୋକାନରେ ପଶିଲେ । ସଟର ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମଦ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ଏକ ବିଦେଶୀ ମଦ ଦୋକାନରୁ ଦୁର୍ବୃତ୍ତ ମାନେ ସଟର ତାଡି ନଗଦ ଲକ୍ଷେ ଟଙ୍କା ସହ ଲକ୍ଷାଧିକ ଟଙ୍କାର ବିଭିନ୍ନ ବ୍ରାଣ୍ଡ୍‌ର ମଦ ଚୋରି କରିନେଲେ ଦୁର୍ବୃତ୍ତ । 

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ନଇକୂଳ ପାଟଣାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ସୋମବାର ରାତିରେ କର୍ମଚାରୀ ଶୋଇଥିବା ବେଳେ ଲୁଟ୍ ହୋଇଛି । ମଦ ଦୋକାନ ବନ୍ଦ ପରେ କାର୍ଯ୍ୟ କରୁଥିବା କର୍ମଚାରୀ ଶୋଇଥିଲେ । ସେହି ସମୟରେ ବାହାରୁ ତାଲା ପକାଇ ସଟର ତାଡି ଲକ୍ଷେ ଟଙ୍କା ସହ ବିଭିନ୍ନ ବ୍ରାଣ୍ଡ୍‌ର ମଦ ଚୋରି କରି ନେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମଙ୍ଗଳବାର ସକାଳୁ ଏ ସମ୍ପର୍କରେ ଜଣାପଡିବା ପରେ ଲିଖିତ ଭାବେ କିଶନନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

You Can Read:

ଚାଷୀଙ୍କ ପାଇଁ ଖୁସି ଖବର : ନୂଆଁଖାଇ ପାଇଁ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଟଙ୍କା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.