ନୂଆଦିଲ୍ଲୀ: ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସୋମବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେତେ ବି ବ୍ୟାଟରଙ୍କୁ ମୁଁ ସାମ୍ନା କରିଛି ସେଥିରେ ବିରାଟ କୋହଲିଙ୍କୁ ବୋଲିଂ କରିବା ସବୁଠୁ କଠିନ ଥିଲା। କୋହଲିଙ୍କୁ ବୋଲିଂ କରିବା ସଚିନ ତେନ୍ଦୁଲକରଙ୍କ ତୁଳନାରେ ଅଧିକ କଷ୍ଟକର। ଟକ୍ ସ୍ପୋର୍ଟ ପୋଡକାଷ୍ଟ ସହ ଆଲୋଚନା ଆଣ୍ଡରସନ ଏହା କହିଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ବେଳେ ବିରାଟ କୋହଲି ଓ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଉପର ସଭିଙ୍କ ନଜର ରହିଥାଏ। କିଙ୍ଗ କୋହଲି ଆଣ୍ଡରସନଙ୍କ ବିରୋଧରେ ୩୬ଟି ଇନିଂସରେ ୪୩.୫୭ ହାରରେ ୩୦୫ ରନ କରିଛନ୍ତି। ଏହି ସମୟରେ ଇଂଲଣ୍ଡର ବୋଲର ତାଙ୍କୁ ୭ ଥର ଆଉଟ୍ କରିଛନ୍ତି। ଇଂଲଣ୍ଡ ପାଇଁ ୧୮୮ ଟେଷ୍ଟ ଖେଳି ୭୦୫ ଓ୍ଵିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ ଓ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍କୁ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ନାମରେ ନାମିତ କରାଯାଇଛି। ପ୍ରଥମେ ଏହାକୁ ପଟୌଦୀ ଟ୍ରଫି କୁହାଯାଉଥିଲା।
Also read: ମହିଳା ଦିନିକିଆ ବିଶ୍ୱକପ ୨୦୨୫: ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ମୁକାବିଲା
ବିରାଟ କୋହଲି ଇଂଲଣ୍ଡ ଗସ୍ତ ପୂର୍ବରୁ ମେ ମାସରେ ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି। ସେ ୧୨୩ ଟେଷ୍ଟ ମ୍ୟାଚ୍ରେ ୯୨୩୦ ରନ କରିଛନ୍ତି। ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ। ଉଲ୍ଲେଖଯୋଗ୍ୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବ। ପ୍ରଥମ ମୁକାବିଲା ଲିଡ୍ସରେ ଖେଳାଯିବ।
ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ସିଡ୍ୟୁଲ୍ ୨୦୨୫
ଜୁନ ୨୦ରୁ ୨୪- ପ୍ରଥମ ଟେଷ୍ଟ, ହେଣ୍ଡିଗ୍ଲେ
ଜୁଲାଇ ୨ରୁ ୬- ଦ୍ଵିତୀୟ ଟେଷ୍ଟ, ଆଜବେଷ୍ଟନ
ଜୁଲାଇ ୧୦ରୁ ୧୪- ତୃତୀୟ ଟେଷ୍ଟ, ଲର୍ଡ୍ସ
ଜୁଲାଇ ୨୩ରୁ ୨୭- ଚତୁର୍ଥ ଟେଷ୍ଟ, ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡ
ଜୁଲାଇ ୩୧ରୁ ଅଗଷ୍ଟ ୪- ପଞ୍ଚମ ଟେଷ୍ଟ, ଓଭାଲ