ମହାକବି କାଳିଦାସଙ୍କ ଶୃଙ୍ଗାରତିଲକମ୍ ନାମକ ଲଘୁକାବ୍ୟ ରୂପାନ୍ତର

Published By : Prameya-News7 Bureau | January 16, 2025 IST

ଭୁବନେଶ୍ୱର ୧୬।୦୧ : ଦେବାଧିଦେବ ହଟ୍ଟକେଶ୍ଵରଙ୍କ ଅପାର କରୁଣାରୁ ସଂସ୍କୃତ ସାହିତ୍ୟ ଇତିହାସକୁ ଜ୍ୟୋତିର୍ମୟ ତଥା ରୁଦ୍ଧିମନ୍ତ କରି ପ୍ରକାଶ ପାଇଲା ମହାକବି କାଳିଦାସ ବିରଚିତ ମୂଳ ସଂସ୍କୃତ ଶୃଙ୍ଗାରତିଲକମ୍ ନାମକ ଲଘୁକାବ୍ୟର ପ୍ରତିଟି ଶ୍ଲୋକର ଶବ୍ଦ ବ୍ୟୁତ୍ପତ୍ତି ହୋଇଛି । ଏହାର ଆକ୍ଷରିକ ଅର୍ଥ ସହ ପଣ୍ଡିତ ରଞ୍ଜନ ଦାଶଙ୍କ ଅନୂଦିତ କାବ୍ୟ ରୂପାନ୍ତର କରାଯାଇଛି ।

ଗୁରୁବାର ଏହି ପୁସ୍ତକଟିର ହଟ୍ଟକେଶ୍ଵର ମକର ମହୋତ୍ସବର ରଙ୍ଗମଞ୍ଚରେ ବହୁ ସାହିତ୍ୟ ପ୍ରେମୀ ତଥା ବିଶିଷ୍ଟ କବିମାନଙ୍କ ଉପସ୍ଥିତିରେ ଲୋକାର୍ପଣ ହୋଇଛି । କୃଷ୍ଣଚୂଡ଼ା ସାହିତ୍ୟ ସଂସଦର ପ୍ରତିଷ୍ଠାତା କଥାଶିଳ୍ପୀ ଗୋପୀନାଥ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ଆସରରେ ଜନପ୍ରିୟ ବିଧାୟକ ପ୍ରଦୀପ କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ ସୁବୁଦ୍ଧି, କବୟିତ୍ରୀ ସୁଶ୍ରୀ ଯୋଜନୀବାଳା, ସୁଶ୍ରୀ ପ୍ରତିମା ପ୍ରଧାନ ତଥା ଉପସ୍ଥିତ ଥିଲେ। ଅନ୍ୟାନ୍ୟ କବିମାନଙ୍କ କରକମଳରେ ପୁସ୍ତକର ଭବ୍ୟ ଲୋକାର୍ପଣ ସଂସ୍କୃତ ସାହିତ୍ୟ ଅନୁରାଗୀମାନଙ୍କ ଗହଣରେ ବହୁ ପ୍ରଶଂସନୀୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.