ଏଠାରେ କବରରୁ ଗାଏବ ହୋଇ ଯାଉଛି ଅସ୍ଥି , ଅନ୍‌ଲାଇନ୍‌ରେ ଖୁବ୍‌ ବିକ୍ରି ହେଉଛି ମଣିଷ ଖପୁରୀ !

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ : ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଏଠାରେ ମଣିଷ ଖପୁରୀ ଓ ଅସ୍ଥି ବା ହାଡ଼ର ବିକ୍ରି ଖୁବ୍‌ ଜୋରରେ ବଢି ଯାଇଛି। ଏହି ଭୟଙ୍କର ଟ୍ରେଣ୍ଡ ଏବେ କବର ଗୁଡ଼ିକରୁ ଅସ୍ଥି ଗୁଡ଼ିକ ଚୋରାଇବା ଭଳି ଅପରାଧକୁ ବୃଦ୍ଧି କରାଇବାର ବିପଦ ସୃଷ୍ଟି କରୁଛି। ବିଶେଷ କଥା ଏହା ଯେ, ବ୍ରିଟେନ୍‌ରେ ଶରୀରର ଅବଶେଷର କ୍ରୟ ବିକ୍ରୟ ବର୍ତ୍ତମାନ ବେଆଇନ ମନେକରାଯାଉ ନାହିଁ , ଯେଉଁଥି ପାଇଁ ଏହି ବଜାର ଖୋଲା ଖୋଲି ଭାବେ ବଢି ଚାଲିଛି। ଏଥିରେ ପ୍ରଶ୍ନ ଉଠୁଛୁ ଯେ, ମଣିଷ ଖପୁରୀ ଓ ହାଡ଼ର ଚାହିଦା ହଠାତ୍‌ କାହିଁକି ବଢି ଯାଇଛି ?

ଦ ସନ୍‌ ନ୍ୟୁଜ୍‌ର ରିପୋର୍ଟ ମୁତାବିକ , ୟୁକେରେ niche shops ଓ ଅନଲାଇନ୍‌ ରିଟେଲର୍ସରେ ମଣିଷ ଖପୁରୀ ଓ ହାଡ଼ ବିକ୍ରି ହେଉଛି। କେବଳ ଏତିରି ନୁହେଁ , ବିକ୍ରିର ତାଲିକାରେ କଟା ଅଙ୍ଗ , ସଙ୍କୁଚିତ ମୁଣ୍ଡ ଓ ଏମିତି କି ମଣିଷ ଚମଡ଼ା ନିର୍ମିତ ମାସ୍କ ଓ ୱାଲେଟ୍‌ ଭଳି ଅଜବଗଜବ ସାମଗ୍ରୀ ମଧ୍ୟ ରହିଛି। ଏହି ସାମଗ୍ରୀର ଚାହିଦା ସେହି ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି , ଯିଏ ଏଗୁଡ଼ିକୁ ସୁପରନ୍ୟାଚୁରାଲ ଭାବେ ବିଶ୍ୱାସ କରନ୍ତୁ।

ୟୁକେର ପ୍ରସିଦ୍ଧ ଫରେନ୍ସିକ୍‌ ବୈଜ୍ଞାନିକ ଡେମ୍‌ ସୁ ବ୍ଲାକ୍ ଏହି ଟ୍ରେଣ୍ଡକୁ ଖୁବ୍‌ ବିପଜ୍ଜନକ କହିଛନ୍ତି। ତାଙ୍କ ଅନୁସାରେ , ଏହି ଅନ୍‌ଲାଇନ୍ ବଜାର ‘ବଡି ସ୍ନାଚିଂ’ ଅର୍ଥାତ୍‌ ମୃତଦେହ ଚୋରାଇବାର ଏକ ନୂଆ କ୍ରାଇମ୍‌କୁ ବୃଦ୍ଧି କରାଉଛି। ବ୍ଲାକ୍ ଚେତାବନୀ ଦେଇଛନ୍ତି ଯେ, ଲୋକେ ଏବେ ସମାଧି ଓ କବରସ୍ଥାନକୁ ଭାଙ୍ଗି ମୃତଦେହର ଅସ୍ଥିକୁ ବାହାର କରୁଛନ୍ତି ଏବଂ ଏଗୁଡ଼ିକୁ ସେହି ଲୋକଙ୍କୁ ବିକ୍ରି କରୁଛନ୍ତି , ଯେଉଁମାନେ ଏହାକୁ ଅଜବ ବା ରହସ୍ୟମୟୀ ବସ୍ତୁ ମନେକରନ୍ତି।

ସେ ପ୍ରଶ୍ନ ଉଠାଇଛନ୍ତ ଯେ ,ଯେତେବେଳେ ପକ୍ଷୀଙ୍କ ବସା ବିକ୍ରି କରିବା ବେଆଇନ ହୋଇପାରେ, ତ ମଣିଷ ଶରୀରର ବିକ୍ରି କାହିଁକି ନୁହେଁ ?ସେ କହିଛନ୍ତିଯେ, କାହାର ଦାନ୍ତରେ ତିଆରି ମାଳା ପିନ୍ଧିବା ସମାଜରେ ସ୍ୱୀକାର୍ଯ୍ୟ ହୋଇ ପାରିବ ନାହିଁ। ଶେଷରେ ଆମେ କହୁଛେ ‘ରେଷ୍ଟ୍‌ ଇନ୍‌ ପିସ୍‌ ’ , ଅର୍ଥାତ୍‌ ମୃତ୍ୟୁ ପରେ ଶାନ୍ତି । କେହି ବି ଚାହେଁ ନାହିଁ ଯେ, ତାଙ୍କର କବର ଖୋଳେଇ ତାଙ୍କ ଶରୀରକୁ ବିକ୍ରି କରିଦିଆ ଯାଉ। 

କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡା.ଟ୍ରିଶ୍‌ ବିୟର୍ସ କହିଛନ୍ତି ଯେ, ନିକଟତମ ବର୍ଷ ଗୁଡ଼ିକରେ ୟୁକେରେ ଏହିପରି ବିକ୍ରିରେ ବଡ଼ ବୃଦ୍ଧି ଘଟିଛି। ସେ କୁହନ୍ତି ସୋସିଆଲ ମିଡ଼ିଆ ଏହି ପୂରା ବଜାରକୁ ନୂଆ ଦିଗ ଦେଇଛି। ହେଲେ ଆଇନଗତ ଅଭାବ ଯୋଗୁଁ ଏଠାରେ ଅପରାଧିଙ୍କୁ ଖସି ଯିବାର ରାସ୍ତା ପ୍ରଦାନ କରୁଛି। 

ବାସ୍ତବିକ କଥା ହେଲା , ୟୁକେର କୌଣସି ବି କବରକୁ ଅପବିତ୍ର କରିବା ଅପରାଧ , କିନ୍ତୁ ମାନବ ଅଙ୍ଗକୁ  ଆଇନଗତ ଭାବେ ସଂପତ୍ତି ଭାବେ ମନେକରାଯାଏ ନାହିଁ । ଏହାର ଅର୍ଥ ଏହା ଯେ, ଟେକ୍ନିକାଲି ଭାବେ ତାଙ୍କର ମାଲିକାନା ବା ଚୋରୀ ଭଳି ପରିଭାଷା ଲାଗୁ ହୋଇ ନଥାଏ। ଏହି କ୍ରମରେ ଯଦି ଐତିହାସିକ ମାନବ ଅଙ୍ଗକୁ ବେଆଇନ ଭାବେ ମଧ୍ୟ ବାହାର କରାଯାଇ ଥିବା , ତ ସେମାନଙ୍କର କ୍ରୟ ବିକ୍ରୟକୁ ଅପରାଧ ମନେକରାଯିବ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.