ନୂଆଦିଲ୍ଲୀ ୧୧।୦୧: ସମସ୍ତେ ପ୍ରାୟ ରାଶି ବିଷୟରେ ଜାଣିଥିବେ । ଏହାକୁ ଖାଇବା କୌଣସି ବରଦାନ ଠାରୁ କମ୍ ନୁହେଁ । ରାଶି ସାଧାରଣତଃ ବଜାରରେ ଧଳା ଏବଂ କଳା ରଙ୍ଗରେ ଦେଖିବାକୁ ମିଳିଥାଏ । ଧଳା ରାଶି ପରି କଳା ରାଶି ମଧ୍ୟ କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ । ଏହା ଏକ ଔଷଧୀୟ ମସଲା ପରି।
କଳା ରାଶି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କଳା ରାଶିରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଫ୍ୟାଟି ଏସିଡ୍, ଓମେଗା-୬, ଆଇରନ୍, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ କଳା ରାଶି ବିଶେଷକରି ମହିଳାଙ୍କ ପାଇଁ ବହୁତ ଲାଭଦାୟକ । କାରଣ କଳା ରାଶିରେ ଆଇରନର ଭରପୁର ମାତ୍ରାରେ ରହିଥାଏ ।
ମହିଳାମାନେ ସପ୍ତାହରେ ଥରେ ଗୁଡ଼ ସହିତ କଳା ରାଶି ଖାଇବା ଦ୍ବାରା ହିମୋଗ୍ଲୋବିନ୍ ଅଭାବକୁ ରୋକିଥାଏ । କଳା ରାଶିରେ ଥିବା କ୍ୟାଲସିୟମର ମାତ୍ରା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା କମ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ କଳା ରାଶି ହାଡ଼କୁ ମଧ୍ୟ ମଜବୁତ କରିଥାଏ । କଳା ରାଶିରେ ସେସାମିନ୍ ନାମକ ଏକ କମ୍ପାଉଣ୍ଡ ମଧ୍ୟ ରହିଥାଏ ।
ଏହା ଉଚ୍ଚ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । କଳା ରାଶିରେ ଥିବା ଫାଇବର ପାଚନ କ୍ରିୟାକୁ ମଜବୁତ କରିବା ସହ ପାଚନକ୍ରିୟାକୁ ଉନ୍ନତ କରିଥାଏ। ଏହାକୁ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଭଳି ସମସ୍ୟା ଦୂର ହୋଇଥାଏ ।