LIVE TV

ନୂଆ ସରକାର ଗଢିବା ପାଇଁ ମଣିପୁରରେ ପ୍ରସ୍ତୁତି ଆରମ୍ଭ,BJP ଓ NPP ବିଧାୟକ ପହଞ୍ଚିଲେ ଦିଲ୍ଲୀ

NEWS7
Manipur

ନୂଆଦିଲ୍ଲୀ ୫।୧୦: ମଣିପୁରରେ ଜାରି ରାଜନୈତିକ ସଂକଟ ମଧ୍ୟରେ ବିଜେପି ଓ ନ୍ୟାସନାଲ ପ୍ୟୁପିଲସ ପାର୍ଟି (ଏନପିପି)ର କେତେକ ବିଧାୟକ ରବିବାର ଦିଲ୍ଲୀ ପହଞ୍ଚିଛନ୍ତି। କୁହାଯାଉଛି ରାଜନୈତିକ ଉଠାପକା ମଧ୍ୟରେ ଏହି ବିଧାୟକମାନେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ। ଏହି ସାକ୍ଷାତ ଆଲୋଚନାରେ ପରବର୍ତ୍ତି ରଣନୀତି ନିର୍ଦ୍ଧାରଣ କରାଯିବ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରାୟ ୧୨ରୁ ଅଧିକ ବିଧାୟକ ଦିଲ୍ଲୀ ପହଞ୍ଚିଛନ୍ତି।

ଦିଲ୍ଲୀ ଆସିଥିବା ନେତାଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କେତେକ ପ୍ରମୁଖ ମୁହଁ ମଧ୍ୟ ଅଛନ୍ତି। ଏହି ନେତାମାନେ ବିଜେପି ଜାତୀୟ ସଭାପତି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ବୋଲି ଅନୁମାନ କରାଯାଉଛି। ତେବେ ସେମାନଙ୍କ ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ଅଧିକାର ପୁଷ୍ଟି ହୋଇ ନାହିଁ। କୁହାଯାଉଛି ଅମିତ ଶାହଙ୍କ ସହ ଏମାନଙ୍କର ସାକ୍ଷାତ ଆଲୋଚନା ପରେ ମଣିପୁରରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯିବ।

ଉଲ୍ଲେଖଯୋଗ୍ୟ ଯେ ମଣିପୁର ଗତ କିଛି ସମୟ ହେଲା ଜାତିଆଣ ସଂଘର୍ଷ ଓ ପ୍ରଶାସନିକ ଅସ୍ଥିରତାର ସମ୍ମୁଖୀନ ହୋଇଛି। ରାଜ୍ୟ ସରକାରଙ୍କ ଉପରେ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଛି। ଏଥିରେ ବିରୋଧୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହଙ୍କୁ ହଟାଇବା ଦାବିରେ ଆକ୍ରମକ ହୋଇଉଠିଛନ୍ତି। ବିଜେପିର ସହଯୋଗୀ ଦଳ ଏନପିପି ଏହି କାରଣରୁ ରାଜ୍ୟରେ ସରକାରଙ୍କଠାରୁ ଦୂରଉଥିବା ଦେଖାଯାଉଛି।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏହି ବୈଠକ ମାଧ୍ୟମରେ ବିଜେପି ନେତୃତ୍ୱ ରାଜ୍ୟରେ ଉପୁଜିଥିବା ଅସନ୍ତୋଷକୁ ଶାନ୍ତ କରିବା ଓ ମେଣ୍ଟକୁ ମଜଭୁତ କରିବା ପାଇଁ ଉଦ୍ୟମ କରିବେ। ଏହା ଛଡା ସହଯୋଗୀ ଏନପିପି ମଧ୍ୟ ନିଜ ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ରଣନୀତି ଉପରେ କାମ କରୁଛି। ଏଥିରେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ମଣିପୁରର ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି। ଏଣୁ ଆଗାମୀ ଦିନରେ କୌଣସି ବଡ଼ ନିଷ୍ପତ୍ତି ଅଥବା ନେତୃତ୍ୱ ପରିବର୍ତ୍ତନ ସମ୍ଭବ ବୋଲି ମନେ କରାଯାଉଛି।