LIVE TV

ସରିଲା ବିଜେପି ବିଧାୟକ ଦଳ ବୈଠକ, ବିରୋଧୀଙ୍କ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

NEWS7
BJP odisha

ଭୁବନେଶ୍ଵର: ସରିଲା ବିଜେପି ବିଧାୟକ ଦଳ ବୈଠକ। ସାଢେ ତିନି ଘଣ୍ଟା ଧରି ବୈଠକ ହୋଇଛି । ବୈଠକ ପରେ ପ୍ରତିକ୍ରିୟା  ରଖିଛନ୍ତି ବରିଷ୍ଠ ନେତା ମୁକେଶ ମହାଲିଙ୍ଗ। ବିରୋଧୀ ଜଳ ଯେଉଁ ପ୍ରସଙ୍ଗ ନେଇକି ଆସିବୁ ତାହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରକାର । ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ । ସାର ପ୍ରସଙ୍ଗରେ ମଧ୍ୟ ସରକାର ନିଜର ଉତ୍ତର ପ୍ରସ୍ତୁତ କରିଛନ୍ତି ।  ଅନାସ୍ତା ପ୍ରସ୍ତାବ ଉପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା ।

ସେ କହିଛନ୍ତି ଯେ ସରକାର ମ୍ୟାଜିକ ନମ୍ୱର୍ ରେ ଚାଲିଥାଏ । ଲୋକେ ବିଜେପି କୁ ସମର୍ଥନ କରିଛନ୍ତି । ବିଜେପିର ଦ୍ଵାରା ସମସ୍ତ ପ୍ରଗ୍ରତି ଲୋକଙ୍କ ପାଇଁ ହିତକର । ଗୃହରେ ଯେଉଁ ବିଷୟ ଆସିବ ତାହାର ଉତ୍ତର ପାଇଁ ଆମେ ପ୍ରସ୍ତୁତ । ବିରୋଧୀ ଦଳ ଓ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଦିଆଯାଇଛି । ଏହାକୁ ନେଇ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ । ଏହି ଆଲୋଚନାରେ ସମସ୍ତ ଦଳ ଭାଗ ନିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଆଜି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପିର ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ,  ଆଜିଠୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହୋଇଛି । ମୌସୁମୀ ଅଧିବେଶନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ବିଭୁତି ଭୂଷଣ ସିଂ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ନିରଞ୍ଜନ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜ, ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ।

ଏହା ପରେ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ବିଧାନସଭା ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ଆଣିଛି । ଏହି ଅନାସ୍ଥା ପ୍ରସ୍ତାବରେ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । କଂଗ୍ରେସର ଅନାସ୍ଥା ପ୍ରସ୍ତାବରେ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି ।

ସେପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ । କଂଗ୍ରେସର ଅନାସ୍ଥା ପ୍ରସ୍ତାବ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଆମେ ଆମର ପ୍ରସଙ୍ଗ ଉଠାଇବୁ । ଯଦି ସେମାନେ ଆମକୁ ଅନୁରୋଧ କଲେ ଆମେ ବିଚାର କରିବୁ ।