ବିଜେପି ଫୋକସରେ ଓଡ଼ିଶା, ବୁଧବାର ରାୟଗଡ଼ା ଆସିବେ ରାଜନାଥ ସିଂହ

Published By : Prameya-News7 Bureau | May 08, 2024 IST

ଭୁବନେଶ୍ୱର ୦୮।୦୫ : ବିଜେପି ଫୋକସରେ ଓଡ଼ିଶା। ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।ଭବାନୀପାଟଣା ଓ ରାୟଗଡ଼ାରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ରାଜନାଥ । ସେଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ। 

ସେହିପରି ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସେପଟେ ଗୁରୁବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିଶ ଗଡ଼କରି । ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ । ସେହିଦିନ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ମାଲକାନଗିରି,ଚିତ୍ରକୋଣ୍ଡା ଏବଂ ଖଲ୍ଲିକୋଟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଶ୍ବଶର୍ମା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.