୯୪ ଲୋକସଭା ଆସନରେ ଭୋଟିଂ ହାର ହ୍ରାସ; ଟେନ୍‌ସନରେ ବିଜେପି, ବିଗିଡ଼ିପାରେ ସତ୍ତା ଖେଳ ?

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ: ଦେଶରେ ୨୦୨୪ ମହାସଂଗ୍ରାମ ଜାରି ରହିଛି । ମୋଟ୍ ୭ଟି ପର୍ଯ୍ୟାୟରୁ ୬ଟିରେ ନିର୍ବାଚନ ଶେଷ ହୋଇଛି । ତେବେ ଅନ୍ତିମ ଲଢ଼େଇ ପାଇଁ ସବୁଠି ପ୍ରଚାର ଜୋର୍ । ଅନ୍ୟପଟେ ଗତ ୬ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂକୁ ନେଇ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢ଼ିଛି । ସମସ୍ତ ପ୍ରୟାସ ସତ୍ତ୍ବେ ୨୦୧୯ ନିର୍ବାଚନ ତୁଳନାରେ ଏଥର ଭୋଟିଂ ପ୍ରତିଶତ ହ୍ରାସ ପାଇଛି ।   

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ହୋଇଥିଲା ୬ଟି ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ହାର କମିଛି । ମୋଟ୍ ୪୬୬ ଲୋକସଭା ଆସନରୁ ୯୪ ସିଟ୍‌ରେ ଆବସଲ୍ୟୁଟ୍ ଭୋଟରଙ୍କ ସଂଖ୍ୟା କମିଛି । ବିଶେଷ କରି ମଥୁରା, ସିଦ୍ଧି, ଖଜୁରାହ, ବାଗପତ ଏବଂ ଜବଲପୁରରେ ମତଦାନ ପ୍ରତିଶତ ହ୍ରାସ ପାଇଛି । ଚଳିତ ନିର୍ବାଚନରେ ଏହି ସବୁ ଆସନରେ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟର କମିଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଛି, ଯେତେବେବେଳେ ମୋଟ୍ ମତଦାନ ପ୍ରତିଶତ ବୃଦ୍ଧି ପାଉଛି, ସେତେବେଳେ ଆବସଲ୍ୟୁଟ୍ ଭୋଟରଙ୍କ ସଂଖ୍ୟା କମୁଛି ପାଉଛି । ୨୦୧୯ ନିର୍ବାଚନକୁ ନଜର ପକାଇଲେ ଗତ ନିର୍ବାଚନରେ ୯୧ କୋଟି ମତଦାତା ଥିଲେ ହେଲେ ଏଥର ଏହା ବୃଦ୍ଧି ପାଇ ୯୬.୮ କୋଟିରେ ପହଞ୍ଚିଛି । ୨୦୨୪ ନିର୍ବାଚନର ୯୪ ଲୋକସଭା ଆସନରେ ଭୋଟର ଟର୍ଣ୍ଣଆଉଟ୍ କମ୍ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ତାମିଲନାଡ଼ୁ, ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ ଓ କେରଳ । 

ଆବସଲ୍ୟୁଟ୍ ଭୋଟରଙ୍କ ହ୍ରାସ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ସବୁଠୁ ବଡ଼ କାରଣ ହେଉଛି, ଯେଉଁ ଲୋକସଭା ଆସନରେ ପୋଲିଂ କମ୍ ହୋଇଛି, ସେହିସବୁ ସ୍ଥାନରେ ବିଜେପି ଗତ ନିର୍ବାଚନରେ ଲିଡ୍ ନେଇଥିଲା । ଯଦି ୯୪ ଆସନ ସମୀକ୍ଷାକୁ ନିଆଯାଏ, ତେବେ ଏହି ସମସ୍ତ ଆସନରୁ ୪୧,୮୮୦ ଭୋଟର କମ୍ ହୋଇଛନ୍ତି   । ବଡ଼କଥା ହେଲା ଯେଉଁ ଆସନରେ ଭୋଟିଂ ପ୍ରତିଶତ କମ୍ ହୋଇଛି ସେହିସବୁ ସିଟ୍‌ରେ ମତଦାତାଙ୍କ ସଂଧ୍ୟା ବୃଦ୍ଧି ପାଇଛି । ଯାହାକୁ ନେଇ ଟେନସନରେ ପଡ଼ିଛି ଯାଇଛି ଭାରତୀୟ ଜନତାପାର୍ଟି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.