ଛିନ୍ଦଓ୍ବାଡାରେ ସାମୂହିକ ହତ୍ୟାକାଣ୍ଡ; ୮ଜଣଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲା ଅଭିଯୁକ୍ତ

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସାମୂହିକ ହତ୍ୟାକାଣ୍ଡ । ଆଦିବାସୀ ପରିବାରର ୮ଜଣଙ୍କୁ ହତ୍ୟା କରିବା ପରେ ନିଜେ ଝୁଲି ପଡ଼ିଛି ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଛିନ୍ଦଓ୍ବାଡା ଜିଲ୍ଲାରେ ଆଦିବାସୀ ବାହୁଲ୍ୟ ଅଞ୍ଚଳରେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

ସୂଚନା ଅନୁଯାୟୀ, ମହୁଲଝର ଥାନା ଅନ୍ତର୍ଗତ ବାଦଲକଛର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ଆଦିବାସୀ ପରିବାର ମୁଖିଆ, ପରିବାର ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଜୀବନ ହାରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଯୁବକ ଜଣଙ୍କ ବାପା-ମାଆ, ପତ୍ନୀ, ଦୁଇ ଭାଇ ଓ ନିଜ ଛୁଆଙ୍କୁ ଅତି ନିର୍ମମ ଭାବେ ହାଣି ମାରିଛି । ଏହି ଘଟଣା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଘଟିଛି । ଖବର ପାଇ ମହୁଲଝର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହିତ ଗାଁକୁ ସିଲ୍ କରିଛି । 

ଖବର ଅପଡେଟ୍ ଜାରି...     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.