ଜର୍ମାନୀରୁ ଭାରତ ଫେରୁଛନ୍ତି ପ୍ରଜ୍ଜ୍ବଲ ରେବନ୍ନା; ମେ’ ୩୧ରେ ଗିରଫ କରିବ ଏସଆଇଟି ?

Published By : Prameya-News7 Bureau | May 29, 2024 IST

ବେଙ୍ଗାଲୁରୁ: ଜର୍ମାନୀରୁ ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ଜ୍ବଲ ରେବନ୍ନା । ସେ ଜର୍ମାନୀର ମୁନିଚ୍‌ରୁ ବେଙ୍ଗାଲୁରୁ ପାଇଁ ମେ’ ୩୦ ତାରିଖରେ ଫ୍ଲାଇଟ୍ ଟିକେଟ୍ କରିଛନ୍ତି । ମେ’ ୩୧ ତାରିଖରେ ପ୍ରଜ୍ଜ୍ବଲ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିବେ । ପ୍ରଜ୍ଜ୍ବଲ ରେବନ୍ନାଙ୍କ ନାଁରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ରହିଛି । ଲୋକସଭା ନିର୍ବାଚନ ସମୟରେ ଏହି ଅଭିଯୋଗ ଆସିବା ପରେ ସେ ଜର୍ମାନୀ ଫେରାର୍ ହୋଇଯାଇଥିଲା । ବିଶେଷ ସୂତ୍ରରୁ ଜଣାପଡ଼ିଛି, ତାଙ୍କ ଜେଜେ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ଦାଗିଦ୍ ପରେ ସେ ଭାରତ ଫେରୁଛନ୍ତି ।  

ସେପଟେ ବିଶେଷ ଯାଞ୍ଚ୍ ଏଜେନ୍ସିର ରିପୋର୍ଟ ମୁତାବକ, ପ୍ରଜ୍ଜ୍ବଲ ରେବନ୍ନା ମେ’ ୩୧ ତାରିଖ ସକାଳେ ବେଙ୍ଗାଲୁରୁରେ ପହଞ୍ଚିବାର ସମ୍ଭାବନା ରହିଛି । ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିପାରେ । ଗୁରୁବାର ସକାଳେ କାମ୍ପେଗୋଡ଼ା ବିମାନବନ୍ଦରରେ ଏସଆଇଟି ଟିମ୍ ଉପସ୍ଥିତ ରହିବେ । ମହିଳା ଯୌନ ଶୋଷଣ ମାମଲେ ବିଶେଷ ଯାଞ୍ଚ ଏଜେନ୍ସି ୨ଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ନବୀନ ଗୌଡ଼ା ଏବଂ ଚେତନ ଗୌଡ଼ା । ସେମାନଙ୍କ ନାଁରେ ପ୍ରଜ୍ଜ୍ବଲଙ୍କ ଠାରୁ ଅଶ୍ଳୀଳ ଭିଡିଓ ଥିବା ପେନଡ୍ରାଇଭ୍ ନେଇଥିବାର ଅଭିଯୋଗ ରହିଛି । 

ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ଜ୍ବଳ ରେବନ୍ନାଙ୍କ ନାଁରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ରହିଛି । ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ସେ କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ହାସନ ଆସନରେ ଭୋଟିଂର ଗୋଟିଏ ଦିନ ପରେ  ଅର୍ଥାତ୍ ୨୭ ଏପ୍ରିଲରେ ପ୍ରଜ୍ଜ୍ବଳ ଜର୍ମାନୀ ଫେରାର ହୋଇଯାଇଥିଲେ । ସିବିଆଇ ତାଙ୍କ ବିରୋଧରେ ବ୍ଲୁ-କର୍ଣ୍ଣର ନୋଟିସ୍ ଜାରି ରହିଥିଲା । ଯାଞ୍ଚ୍ ଏଜେନ୍ସି ଦ୍ବାରା ପ୍ରଜ୍ଜ୍ବଳ ରହୁଥିବା ଠିକଣା ଜଣାପଡ଼ିଛି । ଯୌନ ଶୋଷଣ ଏବଂ ଦୁଷ୍କର୍ମ ମାମଲାରେ ସ୍ବତନ୍ତ୍ର ଅଦାଲତ ମେ’ ୧୮ ତାରିଖରେ ହାସନ ସାଂସଦଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.