ଭୁବନେଶ୍ଵର: ଲୋକଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚିବାକୁ ମୁଖ୍ୟ ବିରୋଧୀ ଦଳ ବିଜେଡିର ଯୋଜନା । ପଞ୍ଚାୟତ ନିର୍ବାଚନ ପାଇଁ ପାଖାପାଖି ଆହୁରି ୨ ବର୍ଷ ସମୟ ଥିବା ବେଳେ ଦଳ କିନ୍ତୁ ଏଥିପାଇଁ ଏବେଠାରୁ କସରତ ଆରମ୍ଭ କରି ଦେଇଛି । ଦଳ ଉଠାଉଥିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ରୋଡମ୍ୟାପ କରି ପଞ୍ଚାୟତ ଜଗିବାକୁ ଦଳୀୟ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ବରିଷ୍ଠ ନେତା । ଏଥିପାଇଁ ବୁଥ ସ୍ତରୀୟ ଏଜେଣ୍ଟ, ବ୍ଲକ ସଭାପତିଙ୍କ ତାଲିକା ପ୍ରସ୍ତୁତି କରିଛି ଦଳ।
ଗାଁ ଜଗିବାକୁ ବିଜେଡିର ଯୋଜନା । ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳର ବଡ଼ ରଣନୀତି। ରାଜ୍ୟରେ ବିଜେଡି ଏବେ ମୁଖ୍ୟ ବିରୋଧୀ ଦଳ। ନିର୍ବାଚନରେ ଅଧିକ ଭୋଟ ପ୍ରତିଶତ ପାଇଥିବା ଦଳ ହେଉଛି ବିଜେଡି। ତେଣୁ ଏହି ଭୋଟକୁ ଦଳ ସହିତ ରଖିବା ପାଇଁ କସରତ ଆରମ୍ଭ କରିଛି ବିଜେଡି। ତୃଣମୂଳ ସ୍ତରର ସଂଗଠନ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ବୁଥ ସ୍ତରୀୟ ଏଜେଣ୍ଟ, ବ୍ଲକ ସଭାପତିଙ୍କ ତାଲିକା ପ୍ରସ୍ତୁତି କରିଛି ଦଳ। ଏହା ଉପରେ ଖୁବଶୀଘ୍ର ନବୀନ ମୋହର ମାରିବେ। ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ ସୋସିଆଲ ମିଡିଆର ବହୁଳ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ କୁହାଯାଉଛି। ଦଳ ଉଠାଉଥିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ରୋଡମ୍ୟାପ କରି ପଞ୍ଚାୟତ ଜଗିବାକୁ ଦଳୀୟ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ବରିଷ୍ଠ ନେତା।
Also read: ୧୨ଟି ନୂଆ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ, ଏହି ଜିଲ୍ଲାର ସହର ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ
ସେପଟେ ନିର୍ବାଚନ ମଣ୍ଡଳୀର ସ୍ଥିତି ଜାଣିବାକୁ ବିଜେଡି ଆରମ୍ଭ କରିଛି ସମୀକ୍ଷା ବୈଠକ। ପ୍ରତିଦିନ ବିଧାୟକ, ବିଧାୟକ ପ୍ରାର୍ଥୀ ଓ ଜିଲ୍ଲା ସଭାପତିମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍ଥିତି ବାବଦରେ ଦଳୀୟ ନେତାଙ୍କୁ ଅବଗତ କରାଉଛନ୍ତି। ଏମିତି କି ଏବେ ଦଳ ପାଇଁ କଣ କଣ ଚ୍ୟାଲେଞ୍ଜ ରହିଛି ତାହା ମଧ୍ୟ ବରିଷ୍ଠ ନେତାଙ୍କୁ ଅବଗତ କରାଇଛନ୍ତି। ଆଜି ସୁଦାମ ମାରାଣ୍ଡି, ପ୍ରଦୀପ ଦିଶାରୀ, ରୋହିତ ଜୋସେଫ ତିର୍କୀ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନ ଏବଂ ଅଶ୍ବିନୀ ପାତ୍ର ପ୍ରମୁଖ ନୀବନ ନିବାସରେ ଆଲୋଚନା କରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ଆହୁରି ଦୁଇ ବର୍ଷ ବାକି ଅଛି । କିନ୍ତୁ ବିଜେଡି ଗଡ ସମ୍ଭାଳିବାକୁ ଏବେ ଠୁ ଆରମ୍ଭ କରିଛି ରଣନୀତି ।