୧୨ଟି ନୂଆ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ, ଏହି ଜିଲ୍ଲାର ସହର ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ

Published By : Prameya-News7 Bureau | August 16, 2025 IST

ଭୁବନେଶ୍ଵର: ରାଜ୍ୟରେ ବଢିବ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ସଂଖ୍ୟା। ଆଉ ୧୨ଟି ନୂତନ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି ହୋଇଛି। ଶନିବାର ନଗର ଉନ୍ନୟନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। ୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ଏନଏସି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 

ଏହି ୧୨ ନୂଆ ଏନଏସି ହେଉଛି ଅନୁଗୁଳ ଜିଲ୍ଲାର ପାଲ୍ଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଲିଆ ଓ ବସ୍ତା, ମୟୁରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡି ଓ ଧୁଷୁରି ସାମିଲ। ଏହି ସବୁ ସହର ନସଂଖ୍ୟା, ଭୌଗୋଳିକି ସ୍ଥିତି ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସବୁ ଅଞ୍ଚଳକୁ ଏନଏସି କରିବାକୁ ନିଷ୍ପତ୍ତି ନେଇଛନ୍ତି। 

Also read: ଏହି ୪ଟି ଗାଁରେ ପ୍ରଥମ ଥର ଉତ୍ତୋଳନ ହେଲା ତ୍ରିରଙ୍ଗା, ସ୍ୱାଧୀନତା ପରେ ପାଖାପାଖି ୮ ଦଶନ୍ଧିର ଅପେକ୍ଷା

ଏହା ପୂର୍ବରୁ ଗତ ଜୁନ ୧୧ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ରାଜ୍ୟ ସରକାର ଖୁବ୍‌ଶୀଘ୍ର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍‌ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ରାଜ୍ୟରେ ନୂଆ ଏନ୍‌ଏସି ଏବଂ ଏନ୍‌ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ୧୨ଟି ସ୍ଥାନକୁ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.