ଡେଲାଙ୍ଗର ମୃତ ନାବାଳକ ଆଶୀର୍ବାଦଙ୍କ ପରିବାରକୁ ସାକ୍ଷାତ କଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Published By : Prameya-News7 Bureau | April 23, 2025 IST

ପିପିଲି ମୃତ ନାବାଳକ ଆର୍ଶୀବାଦଙ୍କ ପରିବାରକୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆର୍ଶୀବାଦଙ୍କ ପରିବାରକୁ ଭେଟି  ସମବେଦନା ଜଣାଇଛନ୍ତି । 

ବିଶେଷ କରି ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହିତ ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ବିଚାର କରି ଅଭିଯୁକ୍ତକୁ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରିଛି । ଏହାସହ ତୁରନ୍ତ ନ୍ୟାୟ ପାଇଁ ବିକ୍ଷୋଭ କରାଯାଇଥିବା ବେଳେ ଗ୍ରାମର ଯେଉଁ ୪୬ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ତାହା ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି । ରତନପୁର ଗ୍ରାମରେ ବିଜେଡିର ପ୍ରତିନିଧି ଦଳ ଆର୍ଶୀବାଦଙ୍କ ପରିବାରକୁ ଭେଟିବା ସହିତ ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରିଥିଲେ । 

ଗତ କିଛି ମାସରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିଲା ବେଳେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳ ଏ ଘଟଣା ସମ୍ପର୍କରେ ପୁରୀ ଏସ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେଡ଼ିର ଏହି ପ୍ରତିନିଧି ଦଳରେ  ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ତୁଷାରକାନ୍ତି ବେହେରା, ପ୍ରଣବ ବଳବନ୍ତରାୟଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଅଛନ୍ତି ।


You Can Read:

ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.