ଏକ କୋଟି ଅତିକ୍ରମ କଲା ବିଟକଏନ ମୂଲ୍ୟ: ଏହି ଡିଡିଟାଲ କରେନ୍ସିରେ କେତେ ସୁରକ୍ଷିତ ?

Published By : Prameya-News7 Bureau | August 14, 2025 IST

internet

ନୂଆଦିଲ୍ଲୀବିଟକଏନର ମୂଲ୍ୟ ପ୍ରଥମ ଥର ପାଇଁ ₹୧.୦୮ କୋଟି ଅତିକ୍ରମ କରିଛି। ଆଜି ୧୪ ଅଗଷ୍ଟରେ, ଏହି କ୍ରିପ୍ଟୋକରେନ୍ସି ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଛି। ୨୦୦୯ରେ, ସାତୋଶି ନାକାମୋଟୋ ଯେତେବେଳେ ଏହାକୁ ତିଆରି କରିଥିଲେ, ସେତେବେଳେ ଏହାର ମୂଲ୍ୟ ପାଖାପାଖି ଶୂନ୍ୟ ଥିଲା। ଅର୍ଥାତ୍, ଯଦି ଆପଣ ସେହି ସମୟରେ ବିଟକଏନ୍‌ରେ ଗୋଟିଏ ଟଙ୍କାରୁ କମ୍ ନିବେଶ କରିଥାନ୍ତେ, ତେବେ ଆଜି ଏହାର ମୂଲ୍ୟ ₹୧ କୋଟିରୁ ଅଧିକ ହୋଇଥାନ୍ତା।

ବିଟକଏନର ପ୍ରଥମ ବଡ଼ ମୂଲ୍ୟ ବୃଦ୍ଧି ଅକ୍ଟୋବର ୨୦୧୦ ରେ ହୋଇଥିଲା। ସେତେବେଳେ ଗୋଟିଏ ବିଟକଏନର ମୂଲ୍ୟ ଦୀର୍ଘ ସମୟ ଧରି ପ୍ରାୟ ୦.୧୦ ଡଲାର (ପ୍ରାୟ ₹୮) ରେ ସ୍ଥିର ରହିବା ପରେ ବୃଦ୍ଧି ବର୍ଷ ଶେଷରେ, ଏହା ୦.୩୦ ଡଲାରରେ ପହଞ୍ଚିଲା। ୨୦୧୩ ସୁଦ୍ଧା, ଏହାର ମୂଲ୍ୟ ୧୦୦୦ ଡଲାର ଅତିକ୍ରମ କରିଯାଇଥିଲା। ଆଜିର ହାର ଅନୁସାରେ, ଏହି ମୂଲ୍ୟ ପ୍ରାୟ ₹ ୮୭ ହଜାର ଟଙ୍କା। ଅର୍ଥନୈତିକ, ରାଜନୈତିକ ଏବଂ ନିୟାମକ ପରିବର୍ତ୍ତନ ଓ ନିବେଶ ଯୋଗୁ ବିଟକଏନର ମୂଲ୍ୟ ବଢ଼ୁଛି। 

ଣ ଏହି ବିଟ୍‌କଏନ?

ବିଟକଏନକୁ ଡିଜିଟାଲ ଜଗତର "ସୁନା" କୁହାଯାଏ। ଏହା ଏମିତି ଏକ ଡିଜିଟାଲ ମୁଦ୍ରା, ଯାହା କୌଣସି ବ୍ୟାଙ୍କ କିମ୍ବା ସରକାରଙ୍କ ନିୟନ୍ତ୍ରଣ ବିନା କାମ କରେ। ଅର୍ଥାତ୍, ଏହା ଡିସେଣ୍ଟ୍ରାଲାଇଜ୍। କୌଣସି ଗୋଟିଏ କର୍ତ୍ତୃପକ୍ଷ ଏହା ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ। ବିଟକଏନ କୌଣସି ଧାତବ ମୁଦ୍ରା କିମ୍ବା ନୋଟ୍ ନୁହେଁ, ବରଂ ଏକ ଡିଜିଟାଲ କୋଡ୍ ଯାହା ଆପଣଙ୍କ ଡିଜିଟାଲ ୱାଲେଟରେ ରହିଥାଏ। ଯେପରି ଆପଣ ହ୍ୱାଟସଆପରେ ମେସେଜ୍ ପଠାନ୍ତି, ସେହିପରି ଆପଣ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନକୁ ବିଟକଏନ ପଠାଇପାରିବେ। ସେମାନଙ୍କର ସଂଖ୍ୟା ମଧ୍ୟ ସୀମିତ।

ବିଟକଏନ୍ ବ୍ଲକଚେନ୍ ଟେକ୍ନୋଲୋଜୀରେ କାମ କରେ

• ଏହା ବ୍ଲକଚେନ୍ ଟେକ୍ନୋଲୋଜୀରେ କାମ କରେ। କଳ୍ପନା କରନ୍ତୁ ଯେ ଏକ ଲେଜର(ଏକାଧିକ ଆକାଉଣ୍ଟର ହିସାବକିତାବ ଲେଖାଥିବା ବହି) ଅଛି ଯେଉଁଥିରେ ସାରା ବିଶ୍ୱର ବିଟକଏନ୍ କାରବାର ଲେଖାଯାଏ। ଏହି ଲେଜରକୁ ବ୍ଲକଚେନ୍ କୁହାଯାଏ ଏବଂ ଏହା ହଜାର ହଜାର କମ୍ପ୍ୟୁଟରରେ ଏକାସାଙ୍ଗରେ ରହିଛି। 

• ବ୍ଲକଚେନ୍ ଏକ ଡିଜିଟାଲ୍ କପି ପରି ଯାହା କାରବାର ଭଳି ସୂଚନା ରେକର୍ଡ କରେ। ସମସ୍ତେ ଏହାକୁ ଦେଖିପାରିବେ, କିନ୍ତୁ କେହି ଏହାକୁ ପରିବର୍ତ୍ତନ କିମ୍ବା ଡିଲିଟ୍ କରିପାରିବେ ନାହିଁ। ଏହା ଅନେକ କମ୍ପ୍ୟୁଟରରେ ଶେୟାର କରାଯାଏ, ତେଣୁ ଏହା ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ।
 • ଯେତେବେଳେ ଆପଣ କାହାକୁ ବିଟକଏନ୍ ପଠାନ୍ତି, ଏହି କାରବାର ବ୍ଲକଚେନ୍‌ରେ ରେକର୍ଡ ହୁଏ। ଏହାକୁ ଯାଞ୍ଚ ଏବଂ ସୁରକ୍ଷିତ କରିବାର କାମ "ମାଇନର୍ସ" ଦ୍ୱାରା କରାଯାଏ, ଯେଉଁମାନେ କମ୍ପ୍ୟୁଟରର ଶକ୍ତିରେ ଗାଣିତିକ ସମସ୍ୟା ସମାଧାନ କରନ୍ତି। ବଦଳରେ, ସେମାନେ ନୂଆ ବିଟକଏନ୍ ପାଆନ୍ତି।
 • ଏହି ବ୍ୟବସ୍ଥା ବିଶେଷତ୍ୱ ହେଲା ଏଥିରେ କୌଣସି ଏକ ସଂସ୍ଥା ସମସ୍ତ ନିୟନ୍ତ୍ରଣ ରଖିନଥାଏ। ବ୍ୟାଙ୍କରେ ଆପଣଙ୍କ ଟଙ୍କାର ହିସାବ କିତାବ ବ୍ୟାଙ୍କ କରିଥାଏ। ଏମିତିରେ ଯଦି ବ୍ୟାଙ୍କ ଭୁଲ କରେ କିମ୍ବା ଦେବାଳିଆ ହୋଇଯାଏ, ତେବେ ଆପଣଙ୍କ ଟଙ୍କା ନ ମିଳିବାରେ ଆଶଙ୍କା ଥାଏ। କିନ୍ତୁ ବିଟକଚେନ୍‌ରେ, ବ୍ଲକଚେନ୍ ପ୍ରତ୍ୟେକ କାରବାରକୁ ସ୍ୱଚ୍ଛ ଏବଂ ସୁରକ୍ଷିତ ରଖେ।

ବ୍ଲକଚେନ କେମିତି କାମ କରେ ?

• ଉତ୍ତର: ବ୍ଲକଚେନକୁ ବ୍ଲକଗୁଡ଼ିକର ଏକ ଶୃଙ୍ଖଳ ଭାବରେ ଭାବନ୍ତୁ। ପ୍ରତ୍ୟେକ ବ୍ଲକ ହେଉଛି କପିର ଏକ ପୃଷ୍ଠା ଯେଉଁଥିରେ କାରବାରର ଏକ ତାଲିକା ଥାଏ (ଯଥା, ଆଦିତ୍ୟ ବିକ୍ରମକୁ ୧୦୦ ଟଙ୍କା ପଠାଇଥିଲେ)।
 • ଯେତେବେଳେ ବ୍ଲକଟି ପୂର୍ଣ୍ଣ ହୋଇଯାଏ, ଏହାକୁ ଲକ୍ କରି ପୂର୍ବ ବ୍ଲକ ସହିତ ଲିଙ୍କ୍ କରାଯାଏ। ନୋଡ୍ ନାମକ କମ୍ପ୍ୟୁଟରଗୁଡ଼ିକ ଏହି ସୂଚନାକୁ ଯାଞ୍ଚ ଏବଂ ସଂରକ୍ଷଣ କରେ, ଏହା ସଠିକ୍ ଏବଂ ସୁରକ୍ଷିତ ବୋଲି ନିଶ୍ଚିତ କରନ୍ତି।
 • ବ୍ଲକଚେନ ମଧ୍ୟ ବହୁତ ସୁରକ୍ଷିତ, କାରଣ ଏହା ଡାଟା ସଂରକ୍ଷଣ ପାଇଁ ଗଣିତ ଏବଂ କୋଡ୍ ବ୍ୟବହାର କରେ। ଯେହେତୁ ଅନେକ କମ୍ପ୍ୟୁଟର ବ୍ଲକଚେନର କପି ରଖନ୍ତି, ତେଣୁ ଏହାକୁ ହ୍ୟାକ୍ କରିବା କଷ୍ଟକର।

ବିଟ୍‌କଏନ କିଣିବା ରିସ୍କ କି ?

ହଁ, ବିଟକଏନ୍ ବିପଦପୂର୍ଣ୍ଣ ହୋଇପାରେ। ଏହାର ମୂଲ୍ୟ ବହୁତ ପରିବର୍ତ୍ତନଶୀଳ ହୋଇଥାଏ। ୱାଲେଟ୍ ପାସୱାର୍ଡ ଭୁଲିଗଲେ ବିଟକଏନ୍ ହରାଇବାର ସମ୍ଭାବନା ମଧ୍ୟ ରହିଥାଏ। ଏହା ସହିତ, କିଛି ଦେଶ ଏଥିପାଇଁ କଠୋର ନିୟମ ମଧ୍ୟ ତିଆରି କରିପାରନ୍ତି। ତା ଛଡ଼ା ଏହା ସବୁବେଳେ ଅସ୍ଥିର ହୋଇଥିବାରୁ ଏହାର ମୂଲ୍ୟରୁ ୧୦-୨୦ ପ୍ରତିଶତ କମିଯାଇପାରେ। ଆଉ ଥରେ ୱାଲେଟ୍‌ରେ ପାସୱାର୍ଡ ମିସ କଲେ ବିଟ୍‌କଏନ ହରାଇବାର ଆଶଙ୍କା ରହିଥାଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.