ୱାସିଂଟନ ୨୧।୪: ଏକ ଅପ୍ରତ୍ୟାସୀତ ମୋଡରେ ନାସାର କ୍ୟୁରୋସିଟି ରୋଭରକୁ ମଙ୍ଗଳ ମିସନ କାଳରେ କିଛି ରୋଚକ ଜିନିଷ ମିଳିଛି। କେବଳ ଧୁଳି ଓ ପଥର ଏକତ୍ର କରିବା ବଦଳେ କ୍ୟୁରୋସିଟି ମଙ୍ଗଳ ଗ୍ରହରେ ଏ ପର୍ଯ୍ୟନ୍ତ ମିଳିଥିବା ସବୁଠୁ ଦୀର୍ଘ କାର୍ବୋନିକ ଅଣୁ ମଧ୍ୟରୁ କିଛି ଖୋଜି କାଢିଛି। ଏହି ମୋଟା କାର୍ବନ ଆଧାରିତ ଶୃଙ୍ଖଳାରୁ ପୃଥିବୀରେ ଜୀବିତ ପ୍ରାଣୀଙ୍କ ଠାରେ ଦେଖାଯାଉଥିବା ଶୃଙ୍ଖଳା ସହିତ ବେଶ୍ ମିଶୁଛି। ମଙ୍ଗଳ ଆମକୁ ଏହି ସଂକେତ ଦେଇଛି ଯେ ଏହି ଗ୍ରହ ଆମ ଆକଳନରୁ ଅଧିକ ଜୀବନକୁ ସାହାରା ଦେବାରେ ସକ୍ଷମ ଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ପଥର ‘କମ୍ବରଲ୍ୟାଣ୍ଡ’ ନାମକ ଏକ ନମୁନାରୁ ମିଳିଛି, ଯେଉଁଥିରେ ବହୁ ସମୟ ପୂର୍ବେ ପ୍ରଥମ ଥର ଛେଦ କରାଯାଇଥିଲା। ଏହି ପଥରର ପୂର୍ବରୁ ମଧ୍ୟ ଅଧ୍ୟୟନ ହୋଇଥିଲା। ତେବେ ନିକଟରେ ବୈଜ୍ଞାନିକମାନେ ଆହୁରି ମଜଭୁତ ବିଧିର ଉପଯୋଗ କରି ଏହାକୁ ପୁଣି ଥରେ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳ ଗ୍ରହରେ ଗରମ ବଢିବା ଯୋଗୁ କିଛି ଆକର୍ଷକ ଯୌଗିକ ଯାହା ଏତେ ସମୟ ଧରି କାହାର ଧ୍ୟାନ ଆକର୍ଷଣ କରିନଥିଲା ଶେଷକୁ ତାହା ସାମ୍ନାକୁ ଆସିଛି।
କ୍ୟୁରୋସିଟିର ଅନବୋର୍ଡ କେମେଷ୍ଟ୍ରି ଲ୍ୟାବ ସାମ୍ପଲ ଆନାଲିସିସ୍ ଆଟ ମାର୍ସ (ଏସଏଏମ) ମୂଳ ରୂପେ କୌଣସି ଅନ୍ୟ ଏକ ସନ୍ଧାନରେ ଥିଲା। ଟିମ୍ ପ୍ରୋଟିନର ନିର୍ମାଣ ଖଣ୍ଡ ଓ ଏମିନୋଏସିଡର ସନ୍ଧାନ କରୁଥିଲା। ତେବେ ପଥର ନମୁନାକୁ ଗରମ କରିବା ଲାଗି ଏକ ନୂଆ ବିଧିରେ ପୀରକ୍ଷା କରିବା ବେଳେ କିଛି ଅପ୍ରତ୍ୟାସିତ ଦେଖାଯାଇଥିଲା। ଏଥିରୁ ହାଇଡ୍ରୋ କାର୍ବନର ଦୀର୍ଘ ଶୃଙ୍ଖଳା ଯାହା ଦେଖିବାକୁ ଏପରି ଲାଗୁଥିଲା ଏହା କେବେ କୌଣସି ଜଟିଳ ଜିନିଷ ର ଅଂଶ ବିଶେଷ ନଥିଲା ତଥା ମଙ୍ଗଳରେ ପ୍ରାଚୀନ ରସାୟନ ବିଜ୍ଞାନର ସମ୍ଭାବନାର ସଂକେତ ଦେଉଥିଲା।
ଏପରି ଦୀର୍ଘ କାର୍ବନ ଅଣୁ କେଉଁଠି ହେଲେ ବି ଅଚାନକ ପ୍ରକଟ ହୁଏନା। ପୃଥିବୀରେ ସାଧାରଣତଃ ଏହା ଜୈବିକ ପ୍ରକ୍ରିୟାର ପରିଣାମ ହୋଇଥାଏ। ଏଣୁ ଏଥିରୁ ଏହି ସଂକେତ ମିଳୁଛି ଯେ ଗ୍ରହରେ ଜୀବନ ଲାଗି କେବେ ମୌଳିକ ତତ୍ୱ ମହଜୁଦ ଥିଲା। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ସନ୍ଧାନ ଏପରି ଏକ ପଥର ନମୁନାରୁ ହୋଇଛି ଯାହାର ଅଧ୍ୟୟନ ପୂର୍ବରୁ ମଧ୍ୟ ହୋଇଥିଲା। ଏଥିରୁ ଜଣା ପଡୁଛି ଯେ ମଙ୍ଗଳ ଗ୍ରହରେ ଏବେବି ରହସ୍ୟ ଲୁଚି ରହିଛି।
ଏହି ଅନୁସନ୍ଧାନ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛି ଓ ଭବିଷ୍ୟତର ମିସନ ନିମନ୍ତେ ମଞ୍ଚ ତିଆରି କରିଛି। ଯଦି ମଙ୍ଗଳ ଗ୍ରହରେ ଏପରି ଅଣୁ କୋଟିକୋଟି ବର୍ଷ ପୂର୍ବରୁ ଅଛି ତେବେ ଏଥିରୁ ଆଉ କଣ ନ ବାହାରିବ ତାହା ଅନୁମାନ କରାଯାଇ ପାରୁ ନାହିଁ। ଯଦିଓ କ୍ୟୁରୋସିଟି କୌଣସି ଏଲିୟନ ଜୀବନର ସନ୍ଧାନ ନେଇ ପାରି ନାହିଁ ହେଲେ ଏହା ଏପରି ସୁରାଗ ପାଇଛି ଯାହା କହୁଛି ମଙ୍ଗଳ ଗ୍ରହ କେବେ ନିଶ୍ଚିତ ପୃଥିବୀ ଭଳି ଥିଲା। ଏଣୁ ଏହା ନିଶ୍ଚିତ ରୂପେ ଏକ ରହସ୍ୟ ଯାହା ଅଧିକ ଅନୁସନ୍ଧାନ ଆବଶ୍ୟକ କରୁଛି।