ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ପାଞ୍ଚ ବଡ଼ ଆକ୍ସନ ନେଇଛି। ବିଶେଷ କରି ସିନ୍ଧୁଜଳ ଚୁକ୍ତି ସ୍ଥଗିତା ରହିବା ଭାରତର ନିଷ୍ପତ୍ତିରେ ପାକିସ୍ତାନ ବିଳିବିଳେଇ ଉଠିଛି। କୁହାଯାଉଛି ଆଗାମୀ ଦିନରେ ଭାରତ ପାକିସ୍ତାନ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରେ। ଏହା ମଧ୍ୟରେ ବ୍ୟାକଫୁଟ୍କୁ ଆସିଛି ପାକିସ୍ତାନ। ଆଲୋଚନା ଜରିଆରେ ଉତ୍ତେଜନା କମ କରିବା କଥା କହୁଛି ପାକିସ୍ତାନ। ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା କରାଯାଉ ବୋଲି ସେ ଅପିଲ୍ କରିଛନ୍ତି।
ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବିଲାଓ୍ଵଲ ଆଲୋଚନା ନେଇ ଭାରତର ଆଭିମୁଖ୍ୟ ପ୍ରତି ଅବଶୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ସରକାର ଆଲୋଚନାର ପ୍ରସ୍ତାବ ଦେଇଛନ୍ତି, ମାତ୍ର ଭାରତ ଏହାକୁ ଅସ୍ଵୀକାର କରିଛି। ଅର୍ଥାତଏହା ସ୍ପଷ୍ଟ ଯେ, ଭାରତ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ।
Also read: ପହଲଗାମ୍ ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚିତ ମିଳିବ, ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଲେ ପିଏମ୍ ମୋଦୀ
ପହଲଗାମରେ ଘଟିଥିବା ଆତଙ୍କୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଭାରତ କାର୍ଯ୍ୟନୁଷ୍ଠାନସ୍ଵରୂପ ସିନ୍ଧ ଜଳ ଚୁକ୍ତି ସ୍ତଗିତ ରଖିଛି। ଫଳରେ ପାକିସ୍ତାନରେ ଜଳ ସମସ୍ୟା ଦେଖିବାକୁ ମିଳିପାରେ। ଏହା ସହ ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ଚେକ୍ ପୋଷ୍ଟକୁ ବନ୍ଦ କରି ଦେଇଛି ଭାରତ। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ଆଦେଶ ଦିଆଯାଇଛି।
ଏହାପରେ ପିପିପିର ଅଧ୍ୟକ୍ଷ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ ଧମକ ଦେଇଥିଲେ ଯେ, ଯଦି ପାଣି ଅଟକାଯାଏ ତେବେ ରକ୍ତର ନଦୀ ବହିବ। ଭାରତର ଆକ୍ସନ ପରେ ଏହି ଧମକ ଦେଇଥିଲେ ବିଲାଓ୍ଵଲ ଭୁ୍ଟ୍ଟୋ। ଶୁକ୍ରବାର ନିଜର ଗୃହ ରାଜ୍ୟ ସିନ୍ଧର ସୁକ୍କୁର ଅଞ୍ଚଳରେ ଏକ ସାର୍ବଜନୀନ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ସିନ୍ଧୁ ଆମର ନଦୀ ଏବଂ ଆମର ହୋଇ ରହିବ। ନଦୀରେ ପାଣି ବହିବ ନଚେତ୍ ସେମାନଙ୍କର ରକ୍ତ ବହିବ।