କୋଲକାତା: ବର୍ଷା ଯୋଗୁ ବାତିଲ ହୋଇଛି ଆଇପିଏଲର ୪୪ତମ ମ୍ୟାଚ୍ । ଶନିବାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ପଞ୍ଜାବ ୨୦୧ ରନ କରିଥିଲା। କୋଲକାତା ଗୋଟିଏ ଓଭର ବ୍ୟାଟିଂ କରିଥିଲା ବେଳେ ବର୍ଷା ଆରମ୍ଭ ହୋଇଗଲା। ବର୍ଷା ଯୋଗୁଁ ମ୍ୟାଚ୍ ପୁନରାରମ୍ଭ ହୋଇପାରିଲା ନାହିଁ। ତେଣୁ ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଛି।
ପଞ୍ଜାବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୪ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ପ୍ରଭସୀମରନ ସିଂହ ୮୩ ଏବଂ ପ୍ରିୟାନ୍ସ ଆର୍ଯ୍ୟା ୬୯ ରନ ସ୍କୋର କରିଥିଲେ। କେକେଆର ପକ୍ଷରୁ ବୈଭବ ଆରୋରା ୨ଟି ୱିକେଟ ନେଇଥିଲେ। କୋଲକାତା ୧ ଓଭର ପରେ ବିନା କ୍ଷତିରେ ୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସୁନୀଲ ନରେନ ଏବଂ ରହମାନୁଲ୍ଲା ଗୁରବାଜ ଇନିଂସ ଓପନ କରିବାକୁ ଆସିଥିଲେ।