ନୂଆଦିଲ୍ଲୀ ୦୪/୦୬: କିଛିଦିନ ତଳେ କହିଥିଲେ, ଏବେ ଫେରେଇନେଲେ । ଭାରତ ବିରୋଧରେ କଡ୍ଡା ମନ୍ତବ୍ୟ ଦେଇଥିବା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ସ୍ୱର ବଦଳିଯାଇଛି । ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଏବେ ନିଜେ ଦେଇଥିବା ବୟାନକୁ ବଦଳାଇଛନ୍ତି ।
ଜାତିସଂଘ ମୁଖ୍ୟାଳୟରେ ଚୀନ୍ ସେଣ୍ଟ୍ରାଲ୍ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତକାରରେ ବିଲାୱାଲ କହିଛନ୍ତି ଯେ ଭାରତ-ପାକିସ୍ତାନ ଜଳ ବିବାଦ, କାଶ୍ମୀର ବିବାଦ ଓ ଆତଙ୍କବାଦ ଉପରେ ଠୋସ୍ ଆଲୋଚନା ଆବଶ୍ୟକ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଜଳ ବିବାଦରେ ବେଆଇନ ଭାବରେ ଏକ ନୂତନ ମୋର୍ଚ୍ଚା ଖୋଲିଛି । ତେଣୁ, ଆମେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ଚାପ ପକାଇବାକୁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରୁଛୁ।
ରଏଟର୍ସ ରିପୋର୍ଟ ଅନୁଯାୟୀ, ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ହିଁ ପ୍ରକୃତ ବିଜୟ ବୋଲି ବିବେଚନା କରାଯାଇପାରିବ । ବିଲୱାଲ କହିଛନ୍ତି ଯେ ଯେତେବେଳେ ଯୁଦ୍ଧବିରତି ସ୍ଥାୟୀ ହେବ ସେତେବେଳେ ହିଁ ପ୍ରକୃତ ବିଜୟ ବୋଲି ବିବେଚନା କରାଯାଇପାରିବ ।
ବର୍ତ୍ତମାନ, ଏହି ଯୁଦ୍ଧରେ କିଏ ଜିତିଛି ତାହା ପଚାରିବାର ସବୁଠାରୁ ସହଜ ଉପାୟ ହେଉଛି ଏହି ଯୁଦ୍ଧରେ କିଏ ଜିତିଛି ତାହା ଦେଖିବା ନୁହେଁ । ବରଂ କେଉଁ ଦେଶର ସରକାର ଏବଂ ଗଣମାଧ୍ୟମ ସେମାନଙ୍କ ଲୋକଙ୍କୁ ମିଛ କହୁଛନ୍ତି ତାହା ଦେଖିବା। ବିଲାୱାଲଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ଭାରତ । ପରେ ୧୦ ମେରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ସ୍ୱାକ୍ଷରିତ ହୋଇଥିଲା।
କହିବାକୁ ଗଲେ ପହଲଗାମ ହମଲା ପରେ ଭାରତ ବିରୋଧରେ ବିଷ ଓଗାଳିଥିଲେ ବିଲାଓ୍ୱାଲ ଭୁଟ୍ଟୋ । କହିଥିଲେ ଭାରତ ପାଣି ବନ୍ଦ କଲେ ସିନ୍ଧୂ ନଦୀର ରକ୍ତ ବୋହିବ । ହେଲେ ଏବେ ହଠାତ୍ ବଦଳିଯାଇଛି ସ୍ୱର ।