LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ

NEWS7
break

ବ୍ରହ୍ମପୁର ୨୨।୧୦ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ବିକ୍ରମ ପଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି । ମଙ୍ଗଳବାର ରାତିରୁ ବିକ୍ରମ ପଣ୍ଡାକୁ ଅଟକ ରଖି ଜେରା କରୁଥିଲା ପୋଲିସ ।

ଖବର ଅନୁଯାୟୀ, ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଫେରୁଥିବା ବେଳେ ରାତିରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହାପରେ ପୋଲିସ ଅଞ୍ଚଳରେ ଲାଗିଥିବା ସିସିଟିଭି ଓ ବିଭିନ୍ନ ତଥ୍ୟକୁ ନେଇ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଦୀର୍ଘ ୧୫ ଦିନ ହେବ ପୋଲିସ ଘଟଣାରେ ଯାଞ୍ଚ କରୁଥିଲା । ଶେଷରେ ମଙ୍ଗଳବାର ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଅଟକ ରଖି ଜେରା କରୁଥିଲା ପୋଲିସ । ଦୀର୍ଘ ସମୟର ଜେରା ପରେ ଶେଷରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ବିକ୍ରମ ପଣ୍ଡାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କର୍ପୋରେଟର ମଳୟ ବିଶୋଇ, ମଦନ ଦଳେଇ, ପୂର୍ବତନ ମେୟର ଶିବଶଙ୍କର ଦାସ, ସାର୍ପ ସୁଟର ଚିଣ୍ଟୁ ଆଦି ରହିଛନ୍ତି । ​​​​​​​