News7 Logo

GST ହ୍ରାସ ପରେ ଶସ୍ତା ହେବ କି ବୁଲେଟ୍ ? ଲିଷ୍ଟରୁ ଜାଣନ୍ତୁ କେଉଁ ବାଇକ୍ କେତେ ହେବ ଶସ୍ତା...

NEWS7
bike

​​​​​​​ନୂଆଦିଲ୍ଲୀ ୧୦।୦୯: ଦୀପାବଳୀ ପୂର୍ବରୁ ଜନସାଧାରଣଙ୍କୁ ମିଳିଛି ଭେଟି । GST ହାରରେ ଉନ୍ନତି ଆଣିଛନ୍ତି କେନ୍ଦ୍ର ସରକାର । ଅନେକ ଗାଡି ଉପରେ ବୃଦ୍ଧି କରାଯାଇଛି GST । ଏହାବ୍ୟତୀତ କିଛି ଗାଡି ଉପରେ ହ୍ରାସ କରାଯାଇଛି GST । ନୂଆ GST ନୀତିରେ 350cc ପର୍ଯ୍ୟନ୍ତ ସ୍କୁଟର ଏବଂ ବାଇକ୍ ଏବେ ଶସ୍ତା ହୋଇଛି । ଏହାବ୍ୟତୀତ 350ccରୁ ଅଧିକ ବାଇକ୍ ମହଙ୍ଗା ହେବ । ଏହି GST ହାର ସେପ୍ଟେମ୍ବର ୨୨ରୁ ଲାଗୁ ହେବ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କି ନୂଆ GST ନୀତି ପରେ କେଉଁ ବାଇକ୍ ଶସ୍ତା ହେବ ଏବଂ କେଉଁ ମୋଟରସାଇକେଲ୍ ମହଙ୍ଗା ହେବ ? ଆସନ୍ତୁ ଜାଣିବା ସେସବୁ ବିଷୟରେ...

ହିରୋ ସ୍ପେଣ୍ଡର ପ୍ଲସ୍‌ର ଦାମ୍‌ ରହିଥିଲା ୮୦.୨୧୬ । ଯାହା ୮,୦୨୨ ଶସ୍ତା ହୋଇ ୭୨,୧୯୪ ଟଙ୍କା ହେବ । ସେହିପରି ହିରୋ HF ଡିଲକ୍ସ ଦାମ୍‌ ୬୫,୮୦୮ରୁ ୬୫୮୧ ଟଙ୍କା ଶସ୍ତା ହୋଇ ୫୯.୨୨୭ ଟଙ୍କାରେ ବିକ୍ରି ହେବ । ହିରୋ ଏକ୍ସଟ୍ରିମ୍ 125R  ୯୯,୧୨୬ ରୁ ୯,୯୧୩ ଶସ୍ତା ହୋଇ ୮୯,୨୧୩ ଟଙ୍କା ହେବ । ବଜାଜ ପ୍ଲାଟିନା 100 ୭୦,୬୧୧ ରୁ ୭,୦୬୨ ଟଙ୍କା ଶସ୍ତା ହୋଇ ୬୩,୫୪୯ ହେବ । ବଜାଜ ପଲସର 125 ୮୫,୧୭୮ ରୁ ୮,୫୧୮ ଶସ୍ତା ହୋଇ ୭୬,୬୬୦ ହେବ । ବଜାଜ ପଲ୍ସର 150 ୧,୧୩,୭୩୮ରୁ ୧୧,୩୭୪ ଟଙ୍କା ଶସ୍ତା ହୋଇ ୧,୦୨,୩୬୪ ଟଙ୍କା ହେବ ।

ସେହିପରି ଟିଭିଏସ୍ ଜୁପିଟର୍ ୧୧୦, ୮୧,୨୧୧ରୁ ୮,୧୨୨ଟଙ୍କା ଶସ୍ତା ହୋଇ ୭୩,୦୮୯ ହେବ । ଟିଭିଏସ୍ ଜୁପିଟର୍ ୧୨୫ ୮୯,୨୯୧ରୁ  ୮,୯୩୦ ଶସ୍ତା ହୋଇ ୮୦,୩୬୧ରେ ପହଞ୍ଚିବ । ଟିଭିଏସ୍ ସ୍ପୋର୍ଟ ୫୯,୯୫୦ରୁ ୫,୯୯୫ ଶସ୍ତା ହୋଇ ୫୩,୯୫୫ରେ ପହଞ୍ଚିବ । ଟିଭିଏସ୍ ରାଇଡର୍ ୧୨୫, ୮୭,୩୭୫ ଟଙ୍କାରୁ ୮,୭୩୮ ଶସ୍ତା ହୋଇ ୭୮,୬୩୭ ଟଙ୍କାରେ ପହଞ୍ଚିବ । ଟିଭିଏସ୍ ଆପାଚି ଆରଟିଆର୍ ୧୬୦, ୧,୨୧,୪୨୦ରୁ ୧୨,୧୪୨ ଟଙ୍କା ଶସ୍ତା ହୋଇ ୧,୦୯,୨୭୮ ହେବ । ଟିଭିଏସ୍ ଆପାଚି ଆରଟିଆର୍ ୨୦୦, ୧,୪୮,୬୨୦ରୁ  ୧୪,୮୬୨ ଟଙ୍କା ଶସ୍ତା ହୋଇ ୧,୩୩,୭୫୮ରେ ପହଞ୍ଚିବ ।

TVS Apache RR ୩୧୦, ୨,୩୯,୯୯୦ ରୁ ୨୩,୯୯୯ ହଜାର ଶସ୍ତା ହୋଇ ୨,୧୫,୯୯୧ରେ ପହଞ୍ଚିବ । TVS Apache RTR ୩୧୦, ୨,୭୭,୯୯୯ ରୁ ୨୭,୮୦୦ ଟଙ୍କା ଶସ୍ତା ହୋଇ ୨,୫୦,୧୯୯କୁ ଖସିଯିବ । ସେହିପରି ହୋଣ୍ଡା ଆକ୍ଟିଭା ୯୧,୫୬୫ରୁ ୯,୧୫୭ ଶସ୍ତା ହୋଇ ୮୨,୪୦୮ ଟଙ୍କାରେ ମିଳିବ । ସେହିପରି ହୋଣ୍ଡା ଆକ୍ଟିଭା ୧୨୫, ୯୬,୨୭୦ରୁ ୯,୬୨୭ ହୋଇ ୮୬,୬୪୩ରେ ପହଞ୍ଚିବ । ହୋଣ୍ଡା ସାଇନ୍‌ 100, ୬୮,୮୬୨ରୁ ୬,୮୮୭ ଶସ୍ତା ହୋଇ ୬୧,୯୭୫ରେ ପହଞ୍ଚିବ । Honda Shine 125,  ୯୦,୩୪୧ରୁ ୯,୦୩୫ ଶସ୍ତା ହୋଇ ୮୧,୩୦୬ରେ ପହଞ୍ଚିବ ।

ସେହିପରି ହୋଣ୍ଡା ୟୁନିକର୍ଣ୍ଣ ୧୨,୦୭୩ ଟଙ୍କା ଶସ୍ତା ହେବ । ଏହା  ୧,୨୦,୭୨୭ରୁ ୧,୦୮,୬୫୪ ଟଙ୍କା ରହିବ । ସୁଜୁକି ଆକ୍ସେସ୍ ୧୨୫,  ୯୧,୦୦୦ରୁ ୯,୧୦୦ଟଙ୍କା ଶସ୍ତା ହୋଇ ୮୧,୯୦୦ ଟଙ୍କା ହେବ । ୟାମାହା R୧୫ V୪, ୧,୮୯,୭୮୦ରୁ ୧୮,୯୭୮ ଟଙ୍କା ଶସ୍ତା ହୋଇ ୧,୭୦,୮୦୨ରେ ବିକ୍ରି ହେବ । ୟାମାହା MT୧୫ V2.0, ୧,୬୯,୫୫୦ରୁ ୧୬,୯୫୫ ଶସ୍ତା ହୋଇ ୧,୫୨,୫୯୫ରେ ହେବ ବିକ୍ରି । ୟାମାହା FZ-S Fi, ୧,୩୫,୧୯୦ରୁ ୧୩,୫୧୯ ଶସ୍ତା ହୋଇ ୧,୨୧,୬୭୧ରେ ହେବ ବିକ୍ରି ।

ସେହିପରି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ୧,୯୭,୨୫୩ରୁ ୧୯,୭୨୬ଟଙ୍କା କମି ୧,୭୭,୫୨୭ରେ ପହଞ୍ଚିବ । ରୟାଲ ଏନଫିଲ୍ଡ ବୁଲେଟ୍ ୩୫୦, ୧,୭୬,୬୨୫ରୁ ୧୭,୬୬୩ଟଙ୍କା ଶସ୍ତା ହୋଇ ୧,୫୮,୯୬୨ରେ ହେବ ବିକ୍ରି । ରୟାଲ ଏନଫିଲ୍ଡ ହଣ୍ଟର ୩୫୦, ୧,୭୬,୭୫୦ରୁ ୧୭,୬୭୫ ଟଙ୍କା ଶସ୍ତା ହୋଇ ୧,୫୯,୦୭୫ରେ ହେବ ବିକ୍ରି । ରୟାଲ ଏନଫିଲ୍ଡ ମିଟିଓର ୩୫୦, ୨,୦୮,୨୭୦ରୁ ୨୦,୮୨୭ ଟଙ୍କା ଶସ୍ତା ହୋଇ ୧,୮୭,୪୪୩ରେ ହେବ ବିକ୍ରି ।

ତେବେ GST ପରିବର୍ତ୍ତନରେ ସମସ୍ତ 350 ସିସି ବାଇକ୍ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ । କାରଣ ଏହି ବାଇକ୍ ଉପରେ ୪୦ ପ୍ରତିଶତ GST ଲାଗୁ ହେବ । ଅର୍ଥାତ୍ 350 ସିସିରୁ ଅଧିକ ବାଇକ୍‌ଗୁଡ଼ିକୁ ଲଗଜୁରୀ ପ୍ରଡକ୍ଟ ଭାବରେ ବିବେଚନା କରାଯିବ। ଏହାବ୍ୟତୀତ ରୟାଲ୍ ଏନଫିଲ୍ଡର 450 ରୁ 650 ସିସି ବାଇକ୍ ମଧ୍ୟ ମହଙ୍ଗା ହୋଇଯିବ । ସେହି ସମୟରେ KTM 390, Triumph 400 ଏସବୁ ହୋଇଯିବ ମହଙ୍ଗା ।