LIVE TV

ବର୍ଷାରେ ଧୋଇଗଲା ନ୍ୟୁଜିଲାଣ୍ଡ-ପାକ୍ ମ୍ୟାଚ୍, ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ

NEWS7
bicharpati-mrutyu-ghatana

ଇନ୍ଦୋର: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ଵକପର ମ୍ୟାଚ୍ ଶନିବାର ବର୍ଷାରେ ଧୋଇ ହୋଇ ଯାଇଛି। ମ୍ୟାଚ୍ ରଦ୍ଦ ହେବାରୁ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରି ସାରିଛି। ଏବେ ସେମିରେ ପ୍ରବେଶ କରିବାରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦଳ।

ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବର୍ଷା କାରଣରୁ ମ୍ୟାଚ୍ ଅନେକ ଥର ବାଧାପ୍ରାପ୍ତ ହୋଇଥିଲା। ଶେଷରେ ସ୍ଥାନୀୟ ସମୟ ରାତି ୯ଟାରେ ମ୍ୟାଚ୍ ରଦ୍ଦ କରାଯାଇଥିଲା। ସେହି ସମୟରେ ପାକିସ୍ତାନର ସ୍କୋର ୨୫ ଓଭରରେ ୫ ଓ୍ଵିକେଟ୍‌ରେ ୯୨ ରନ ଥିଲା। ମ୍ୟାଚ୍ ରଦ୍ଦ ହେବାରୁ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ନ୍ୟୁଜିଲାଣ୍ଡ ୫  ମ୍ୟାଚ୍‌ରୁ ଚାରି ପଏଣ୍ଟ ସହ ଅଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନ ଦୁଇ ପଏଣ୍ଟ ସହ ସର୍ବନିମ୍ନ ସ୍ଥାନରେ ରହିଛି। ପାକିସ୍ତାନ ଏ ପର୍ଯ୍ୟନ୍ତ ବିଜୟର ଖାତା ବି ଖୋଲି ପାରିନି।

ଦକ୍ଷିଣ ଆଫ୍ରିକା ଚାରି ବିଜୟ ଏବଂ ଗୋଟିଏ ପରାଜୟ ସହ ଫଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହି ସେମିକୁ ଯୋଗ୍ୟତା ଅର୍ଜନ କରିଛି। ଅଷ୍ଟ୍ରେଲିଆ ୯ ପଏଣ୍ଟ ସହ ପୂର୍ବରୁ ସେମିରେ ପ୍ରବେଶ କରି ସାରିଛି। ଏବେ ପାକିସ୍ତାନ ଅକ୍ଟୋବର ୨୧ରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଅକ୍ଟୋବର ୨୩ରେ ଭାରତ ସହ ମୁକାବିଲା କରିବେ।

ନ୍ୟୁଜିଲାଣ୍ଡକୁ ସେମି ଫାଇନାଲ୍‌ ଦୌଡ଼ରେ ରହିବା ପାଇଁ ଏହି ମ୍ୟାଚ୍ ଜିତିବା ବହୁତ ଜରୁରୀ ଥିଲା। ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଇନିଂସର ୨୫ତମ ଓଭରରେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ମ୍ୟାଚ୍‌କୁ ରୋକିବାକୁ ପଡ଼ିଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ଅମ୍ପାୟର ମ୍ୟାଚ୍ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଲଗାତାର ପ୍ରବଳ ବର୍ଷା ଜାରି ରହିବା କାରଣରୁ ମ୍ୟାଚ୍‌କୁ ଶେଷରେ ରଦ୍ଦ କରାଯାଇଛି।