#Ladakh_crisis ମୁକୁଳିବେ ସୋନମ ଓ୍ୱାଙ୍ଗଚୁକ୍ : କେନ୍ଦ୍ର ସରକାର ହଟାଇଲେ ଏନଏସଏ

NEWS7
bhubaneswar-news-9

ନୂଆଦିଲ୍ଲୀ, ୧୪ /୦୩:ସୋନମ ଓ୍ୱାଙ୍ଗଚୁକଙ୍କୁ ଆଶ୍ୱସ୍ତି । ଲଦ୍ଦାଖରେ ଅଶାନ୍ତି ରୋକିବାକୁ ସରକାରଙ୍କ ବଡ ଉଦ୍ୟମ । କଟକଣା ହଟାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅର୍ଥାତ ଗୃହ ମନ୍ତ୍ରାଳୟ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ବା ଏନଏସଏ ଅନୁସାରେ ଲଦ୍ଦାଖର ସାମାଜିକ କାର୍ଯ୍ୟକର୍ତ୍ତା ସୋନମଙ୍କ ଉପରେ ଲଗାଇଥିବା ସମସ୍ତ କଟକଣାକୁ ହଟାଇ ଦେଇଛି । ଏହାସହ ତାଙ୍କୁ ଗିରଫଦାରୀକୁ ରବ୍ଦ କରାଯାଇଛି । ଏହା ତୁରନ୍ତ ଲାଗୁ ହେବ ବୋଲି ମନ୍ତ୍ରାଳୟ କହିଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସରକାର ଲଦ୍ଦାଖରେ ଶାନ୍ତି, ସ୍ଥିରତା ଏବଂ ପରସ୍ପର ମଧ୍ୟରେ ବିଶ୍ୱାସର ମାହୋଲ ବନାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି । ଏନଏସଏ ହଟାଇବା ନିଷ୍ପତ୍ତି ସମସ୍ତଙ୍କ ସହ ଆଲୋଚନା କରି ନିଆଯାଇଛି । ସବୁ ପକ୍ଷ ଏବଂ ସ୍ଥିତିକୁ ନଜରରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ କହିବାନୁସାରେ, ସୋନମ ମୁକ୍ତ ହେଲା ପରେ ଲଦ୍ଦାଖରେ ଚାଲିଥିବା ଅସ୍ଥିରତା ଶେଷ ହେବ । ସୋନମ ଗତ କିଛି ଦିନ ଧରି ଲଦ୍ଦାଖକୁ ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରୁଛନ୍ତି । ଆହୁରି ମଧ୍ୟ ଲଦ୍ଦାଖକୁ ରାଜ୍ୟର ମାନ୍ୟତା ମିଳୁ ବୋଲି ସେ ଆନ୍ଦୋଳନ କରୁଛନ୍ତି ।

ସୂଚନାଯୋଗ୍ୟ, ସୋନମ ଗିରଫ ହେଲା ପରେ ଲଦ୍ଦାଖ ସମେତ ସାରା ଦେଶରେ ବିରୋଧ କରାଯାଇଥିଲା । ଏବେ ସେ ମୁକ୍ତ ହେଲା ପରେ କେନ୍ଦ୍ର ସରକାର ଏବଂ ଲଦ୍ଦାଖର ପ୍ରତିନିଧି ମଣ୍ଡଳ ମଧ୍ୟରେ ସକରାତ୍ମକ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

ସୋନମଙ୍କ ବିରୋଧରେ ଏନଏସଏ

ଲଦ୍ଦାଖ ଅସ୍ଥିର ହେଲା ପରେ ସରକାର ସୋନମ ଓ୍ୱାଙ୍ଗଚୁକଙ୍କ ବିରୋଧରେ ଏନଏସଏ ଲାଗୁ କରିଥିଲେ । ଏହାସହ ତାଙ୍କୁ ଉଠାଇ ନେଇଥିଲେ । ଯାହାକୁ ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବିରୋଧ କରିଥିଲେ । ଏବେ କିନ୍ତୁ ସରକାର ଭବିଷ୍ୟତକୁ ନଜରରେ ରଖି ଏନଏସଏ ହଟାଇବା ସହ ସୋନମଙ୍କୁ ମୁକ୍ତ କରିଛନ୍ତି ।