LIVE TV

ଲଗାଣ ବର୍ଷାରେ ଦବିଲା ବ୍ରିଜ୍, ଭବାନୀପାଟଣା ନୂଆପଡ଼ା ମଧ୍ୟରେ ଯାତାୟତ ଠପ୍

NEWS7
bridze

ଭବାନିପାଟଣା ୨୭/୦୯: ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ଜନଜୀବନ । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସଂଗୀନ । କଳାହାଣ୍ଡି, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଘରେ ପଶିଛି ବନ୍ୟା ପାଣି । ଫଳରେ ଦବିଲା ତୁର୍କେଲ ବ୍ରିଜ । ଆଉ ବ୍ରିଜ୍ ଦବିବା ଫଳରେ ଭବାନୀପାଟଣା ନୂଆପଡ଼ା ମଧ୍ୟରେ ଯାତାୟତ ଠପ ହୋଇଯାଇଛି । 

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଜାତୀୟ ରାଜପଥ ୧୬ ତୁର୍କେଲ ତେଲନଦୀ ଉପରେ ଥିବା ବ୍ରିଜ ଦବି ଯିବା ଫଳରେ ଯାତାୟାତ ଠପ୍ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ସତର୍କ କରୁଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି । ବ୍ରିଜ ଦବି ଯିବା ଫଳର ଭବାନୀପାଟଣା ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ରିଜ ର ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି l