LIVE TV

ଆଉ ଲାଗିବନି ଦୁଇ ଦିନ ସମୟ, ମାତ୍ର କେଇଁ ଘଣ୍ଟାରେ କ୍ଲିୟର ହେବ ଚେକ୍: ଆସନ୍ତାକାଲି ଠାରୁ ନୂଆ ନିୟମ ଲାଗୁ

NEWS7
Banks To Clear Cheques On Same Day

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆସନ୍ତାକାଲି (ଅକ୍ଟୋବର ) ଠାରୁ ଏହାର ଚେକ୍ କ୍ଲିୟରାନ୍ସ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏଥିରେ ଚେକ୍ ଜମା କରିବାର କିଛି ଘଣ୍ଟା ମଧ୍ୟରେ ଏହା ପ୍ରୋସେସିଂ ହୋଇ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ। ବର୍ତ୍ତମାନ, ଚେକ୍ କ୍ଲିୟରାନ୍ସ ହେବାକୁ ଦୁଇ ଦିନ ପର୍ଯ୍ୟନ୍ତ ସମୟ ଲାଗୁଛି। ହେଲେ ନୂଆ ନିୟମ ଲାଗୁ ହେଲେ ଏହା ମାତ୍ର କିଛି ଘଣ୍ଟା ମଧ୍ୟରେ କ୍ଲିୟର ହୋଇଯିବ।

ଏହି ନୂତନ ବ୍ୟବସ୍ଥାକୁ "କଣ୍ଟିନ୍ୟୁୟସ କ୍ଲିୟରିଂ ଏବଂ ସେଟେଲମେଣ୍ଟ" କୁହାଯାଉଛି। ଏହା କାର୍ଯ୍ୟକାରୀ ହେବା ପରେ, ବ୍ୟାଙ୍କଗୁଡ଼ିକ କିଛି ଘଣ୍ଟା ମଧ୍ୟରେ ଚେକ୍ ସ୍କାନ କରିବେ, ପ୍ରେଜେଣ୍ଟ କରିବେ ଓ କିଛି ଘଣ୍ଟା ମଧ୍ୟରେ ଏହାକୁ ପାସ୍ କରିବେ। ଏହି ସମସ୍ତ କାର୍ଯ୍ୟ ବ୍ୟାଙ୍କ ସମୟରେ କରାଯିବ। ଏହି ନୂଆ ବ୍ୟବସ୍ଥାର ଆଜି ପରୀକ୍ଷାମୂଳକ ଆରମ୍ଭ କରାଯାଇଛି।

HDFC ଏବଂ ICICI ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡ଼ିକ ଅକ୍ଟୋବର ୪ ତାରିଖ ଠାରୁ ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଚେକ୍ ବାଉନ୍ସ ନହେବା ପାଇଁ ଉଭୟ ବ୍ୟାଙ୍କ ଗ୍ରାହକମାନଙ୍କୁ ସେମାନଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣ  ଟଙ୍କା ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଚେକ୍‌ର ସମସ୍ତ ବିବରଣୀ ଠିକ୍ ଭାବରେ ଭରିବାକୁ ମଧ୍ୟ ବ୍ୟାଙ୍କୁ ଗୁଡ଼ିକ ଅନୁରୋଧ କରିଛନ୍ତି। ଯଦି ଏଥିରେ ସମସ୍ୟା ଥାଏ ତେବେ କ୍ଲିୟରାନ୍ସରେ ବିଳମ୍ବ ହେବ ନହେଲେ ଚେକ୍ ବାଉନ୍ସ ହୋଇଯିବ ବୋଲି ଘରୋଇ ବ୍ୟାଙ୍କ କହିଛନ୍ତି।  

ସୁରକ୍ଷା ବୃଦ୍ଧି କରିବା ପାଇଁ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ପଜିଟିଭ୍ ପେ ସିଷ୍ଟମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଏହା ଅଧୀନରେ, ୫୦ ହଜାରରୁ ଅଧିକ ମୂଲ୍ୟର ଚେକ୍ ଜମା କରିବା ପୂର୍ବରୁ ବ୍ୟାଙ୍କକୁ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ପଡିବ। ଏଥିପାଇଁ ଆପଣଙ୍କ ଆକାଉଣ୍ଟ ନମ୍ବର, ଚେକ୍ ନମ୍ବର, ତାରିଖ, ପରିମାଣ ଏବଂ ଆପଣ ଯାହାକୁ ଚେକ୍ ଦେଉଛନ୍ତି ତାଙ୍କ ନାମ ଅତି କମରେ ୨୪ କାର୍ଯ୍ୟ ଘଣ୍ଟା ପୂର୍ବରୁ ଦେବାକୁ ପଡିବ। ଚେକ୍ ପାଇବା ପରେ, ବ୍ୟାଙ୍କ ଏହି ବିବରଣୀଗୁଡ଼ିକୁ ଯାଞ୍ଚ କରିବ। ଯଦି ସବୁକିଛି ମେଳ ଖାଏ, ତେବେ ଚେକ୍ ଖାଲି କ୍ଲିୟର ହୋଇଯିବ ନଚେତ୍, ଏହାକୁ ରିଜେକ୍ଟ କରାଯିବ। ଏପରି କ୍ଷେତ୍ରରେ, ଆପଣଙ୍କୁ ପୁଣି ଥରେ ବିବରଣୀ ପ୍ରଦାନ କରିବାକୁ ପଡିବ।

ପ୍ରଥମ ପର୍ଯ୍ୟାୟରେ ୪ ଅକ୍ଟୋବର, ୨୦୨୫ ରୁ ୨ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ, ବ୍ୟାଙ୍କଗୁଡ଼ିକୁ ସନ୍ଧ୍ୟା ୭ଟା ସୁଦ୍ଧା ଚେକ୍ କ୍ଲିୟର କରିବାକୁ ପଡିବ। ଦ୍ୱିତୀୟ ପର୍ଯ୍ୟାୟରେ ୩ ଜାନୁଆରୀ, ୨୦୨୬ ରୁ, ବ୍ୟାଙ୍କଗୁଡ଼ିକୁ ମାତ୍ର ୩ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ପଡିବ।