LIVE TV

ଆମର ଭାରତ ସହ ସମସ୍ୟା ଅଛି , କାରଣ ... ଆମେରିକାରେ ବାଂଲାଦେଶର ମହମ୍ମଦ ୟୁନୁସ୍ ପୁଣି ଓଗାଳିଲେ ବିଷ

NEWS7
bangladesh muhammad yunus

ନୂଆଦିଲ୍ଲୀ – ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ମହମ୍ମଦ ୟୁନୁସ୍‌ ସରକାରର କମାଣ୍ଡ ସମ୍ଭାଳିଛନ୍ତି। ନୋବେଲ ପୁରସ୍କାର ବିଜେତା ୟୁନୁସଙ୍କ ରାଜୁତିରେ ହିନ୍ଦୁଙ୍କ ବିରୋଧରେ ଖୁବ୍ ନରସଂହାର ହୋଇଛି। ସେ ଆମେରିକାର ନ୍ୟୁୟର୍କରେ ଏକ ଇଣ୍ଟରଭ୍ୟୁରେ ବାଂଲାଦେଶର ପୂର୍ବତନ ପିଏମ୍‌ ଶେଖ୍‌ ହସିନାଙ୍କ ଉଲ୍ଲେଖ କରି କହିଛନ୍ତି , ଭାରତରେ ତାଙ୍କର ରହିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ସେ ପୁଣି ଥରେ ବିଷ ଓଗାଳି କହିଛନ୍ତି , ବାଂଲାଦେଶକୁ ଭାରତରୁ ସମସ୍ୟା, କାରଣ ତାଙ୍କୁ ଷ୍ଟୁଡେଣ୍ଟଙ୍କ ବ୍ୟବହାର ପସନ୍ଦ ଆସି ନାହିଁ । ଗତ ବର୍ଷ କ୍ଷମତା ପରିବର୍ତ୍ତନ ପରେ ହସୀମା ବାଂଲାଦେଶ ଛାଡ଼ି ଭାରତ ଆସିଥିଲେ। ଏହାପର ଠାରୁ ସେ ଏଠାରେ ରହୁଛନ୍ତି। ୟୁନୁସ୍‌ ଅନେକ ଥର ଭାରତ ସରକାରଙ୍କୁ ହସୀନାଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଜାତିସଂଘର ସାଧାରଣ ସଭା ବେଳେ ଏକ ସାକ୍ଷାତ୍‌କାରରେ ୟୁନୁସ୍‌ କହିଛନ୍ତି , ଆମକୁ ଏହି ଭାରତ ସହ ସମସ୍ୟା ରହିଛି, କାରଣ ତାଙ୍କୁ ଛାତ୍ରଛାତ୍ରୀଙ୍କର ଆଚରଣ ପସନ୍ଦ ଆସି ନାହିଁ। ସେ ହସିନାଙ୍କୁ ଆତିଥ୍ୟ ଦେଇଛନ୍ତି ,ଯିଏ ପୂର୍ବତନ ପ୍ରଧାନମନ୍ତ୍ରୀ  ଏବଂ ଯିଏକି ଏସବୁ ମମସ୍ୟା ସୃଷ୍ଟି କରିଛନ୍ତି ଏବଂ ଯୁବକଯୁବତୀଙ୍କ ଜୀବନ ନେଇଛନ୍ତି।  ଏଥିରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖୁବ୍‌ ଉତ୍ତେଜନା ସୃଷ୍ଟି ହୋଇଛି। ସେ ଭାରତ ଆଡ଼କୁ ଇସାରା କରି କହିଛନ୍ତି , ଏହା ବ୍ୟତୀତ ଅନ୍ୟ ଆଡୁ ମଧ୍ୟ ଅନେକ ପ୍ରକାରର ମିଛ ଖବର ଆସୁଛି , ଯେଉଁଥିରେ ଅନେକ ପ୍ରକାରର ମନ୍ଦ ପ୍ରଚାର କରାଯାଉଛି । ଏହା ଇସଲାମୀ ଆନ୍ଦୋଳନ , ଯିଏକି ବାଂଲାଦେଶ ଉପରେ କବଜା କରିନେଇଛି। ସେ କହୁଛନ୍ତି ମୁଁ ମଧ୍ୟ ତାଲିବାନ ।

ଉଲ୍ଲେଖନୀୟ ଯେ, ଜାତିସଂଘ ମହାସଭା (ୟୁଏନଜିଏ)ର ୮୦ତମ ଅଧିବେଶନରେ ଭାଗ ନେବା ପାଇଁ ୨୨ ସେପ୍ଟେମ୍ୱରରେ ନ୍ୟୁୟର୍କ ପହଞ୍ଚିବା ପରେ ମହମ୍ମଦ ୟୁନୁସ୍‌କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଜେଏଫକେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ବାହାରେ ଶେଖ୍‌ ହସିନାଙ୍କ ଅୱାମୀ ଲିଗ୍‌ ପାର୍ଟିର ନେତା ଓ କାର୍ଯ୍ୟକର୍ତ୍ତାମାନେ ୟୁନୁସଙ୍କ ବିରୋଧରେ ଖୁବ୍‌ ନାରା ଲଗେଇ ଥିଲେ। ଏହା ବ୍ୟତୀତ  ଅଣ୍ଡା ମଧ୍ୟ ଫିଙ୍ଗି ଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ଯୁବପିଢିଙ୍କ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ି ଥିଲା। ଅନେକ ଦିନ ଯାଏ ଛାତ୍ରଛାତ୍ରୀ ରାସ୍ତାରେ ଥିଲେ ଏବଂ ପୁଣି ଅଗଷ୍ଟର ଆରମ୍ଭରେ ଆନ୍ଦୋଳନ ଉଗ୍ର ହୋଇଯାଇଛି।