ପୁରୀ ୧୮।୦୩ : ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଥିବାରୁ ବୁଧବାର ଦିନ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ବୁଧବାର ଚୈତ୍ର କୃଷ୍ଟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶ୍ରୀଙ୍ଗାର ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା  ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଚାଲିବ । ଯାହାଫଳରେ ସର୍ବସାଧାରଣ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ନିଷେଧ ରହିଛି । ତେଣୁ ଏହି ସମୟରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବି ବନ୍ଦ ରହିବ ।

Also Read:- ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌, ଆଗକୁ ୱାକିଟକି ବ୍ୟବସ୍ଥା ହେବ

ପ୍ରଥା ଓ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।

Watch Video​​​​​​​:-