News7 Logo

ବଡ଼ଦେଉଳରେ ବଡ଼ ମହାସ୍ନାନ, ଭିତର କାଠ ନିକଟରେ ପଡିଥିଲା ଛେପ

NEWS7
bada mahasnana

ପୁରୀ ୦୯।୦୯ : ବଡ଼ଦେଉଳରେ ବଡ଼ ମହାସ୍ନାନ। ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ ଠାକୁରଙ୍କ ଦର୍ଶନ ଚାଲିଥାଏ । ହଠାତ୍‌ ଶ୍ରୀମନ୍ଦିର ଭିତର କାଠ ନିକଟରେ ଛେପ ପଡିଥିବାର ଦେଖାଯାଇଥିଲା । ଏହାପରେ ତୁରନ୍ତ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ନୀତି ଅନୁସାରେ ବଡ଼ଦେଉଳରେ ଶ୍ରୀଜିଉଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମହାସ୍ନାନ ପରେ ପୁଣି ଥରେ ନୀତିକାନ୍ତି ଆରମ୍ଭ ହୋଇଛି ।