News7 Logo

କେନାଲରେ ପଡିଗଲା ବୋଲି ଛାଡି ଚାଲିଗଲା ମା', ଅପେକ୍ଷାରେ ଅନାଇ ବସିଛି ଛୁଆ ହାତୀ

NEWS7
elephant

ଆଠମଲ୍କିକ୍ ୧୨/୦୯: ୨୦ ଦିନର ଛୁଆ । ନା ଜାଣିଛି ଦୁନିଆ । ନା ଚିହ୍ନିଛି ରାସ୍ତା ଘାଟ । ମାଆ ସହ ବାହାରିଥିଲା ଜଙ୍ଗଲ ବୁଲି । କାରଣ ଜନ୍ମ ପରେ ମାଆ ହେଉଛି ତାର ସାହା ।  ବୁଲୁଥିଲା ଏଣେତେଣେ । କଥା ସିନା କହିପାରୁନଥିଲା । ବୁଲି ଦେଖୁଥିଲା ସବୁକିଛି । ହଠାତ୍ ବୁଲୁ ବୁଲୁ ଖସିପଡିଥିଲା ଆଠମଲ୍ଲିକ ବନଖଣ୍ଡ କୁସୁମକୁହୁରୀ କେନାଲରେ ।

​​​​​​​

୨୦ ଦିନର ହାତୀ ଛୁଆଟି ପଡିଯିବାରୁ କେନାଲ ପାଣିରୁ ବାହାରିବା ତା ପକ୍ଷ ନଥିଲେ ସମ୍ଭବ । କାରଣ ଥିଲା ତାକୁ ଜଣାନଥିଲା କିଛି । ହେଲେ ମା' କିନ୍ତୁ ଏଠି ପାଲଟିଗଲା ପଥର । ପିଲାକୁ କେନାଲରୁ କାଢିବା ବଦଳରେ ହାତୀ ଛୁଆକୁ ଛାଡି ପଳାଇଲା ଜଙ୍ଗଲ । ଗାଁ ଲୋକେ ଛୁଆ ହାତୀ ଫସିବାର ଦେଖି ବନବିଭାଗକୁ ଦେଇଥିଲେ ଖବର । ଆଠମଲ୍ଲିକ ବନବିଭାଗ ପହଞ୍ଚି ହାତୀଟିକୁ ଉଦ୍ଧାର କରିଥିଲେ । ଛୁଆକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ନେଇ ଛାଡି ଦେଇଛନ୍ତି ।

​​​​​​​

ତେବେ ଛୁଆ ହାତୀ କିନ୍ତୁ ଜଙ୍ଗଲରେ ରହିବାକୁ ନାରାଜ । କାରଣ ଅଚିହ୍ନା ଲୋକଙ୍କ ପାଖରେ ରହିବାକୁ ନାରାଜ । ସେପଟେ ହାତୀ ପଲ ଛୁଆ ଟିକୁ ଗ୍ରହଣ କରିନାହାନ୍ତି । ବନ କର୍ମଚାରୀ ହାତୀ ଛୁଆକୁ ନଜରରେ ରଖିଛନ୍ତି । ଜଦି ମା ହାତୀ ଛୁଆକୁ ଗ୍ରହଣ ନକରେ ଛୁଆକୁ ଉଦ୍ଧାର କରି ଢେଙ୍କାନାଳ କପିଳାସକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ସୁଚନା ମିଳୁଛି ।