ମୁମ୍ଵାଇ ୦୨।୦୭; ହେରା ଫେରି ୩ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ହେରା ଫେରି ଫିଲ୍ମରୁ ପରେଶ ରାଓ୍ୱଲ ବାହାରି ଯାଇଥିଲେ। ଏବେ ଏକ ଇଣ୍ଟରଭ୍ୟୁରେ ନିଜେ କହିଛନ୍ତି ସେ ପୁଣି ଫିଲ୍ମକୁ ଫେରିଛନ୍ତି । ତାଙ୍କର ଆଉ ଅକ୍ଷୟ କୁମାରଙ୍କ ଭିତରେ ସବୁ ସମାଧାନ ହୋଇଯାଇଛି । ଏହି ଅବସରରେ ଫିଲ୍ମର ପ୍ରଯୋଜକ ଫିରୋଜ ନାଦିଆୱାଲାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ ସେହି ଲୋକଙ୍କ ନାମ ନେଇଥିଲେ ଯେଉଁମାନଙ୍କ ଯୋଗୁଁ ଦୁଇ ଅଭିନେତାଙ୍କ ମଧ୍ୟରେ ମିଳନ ସମ୍ଭବ ହୋଇପାରିଥିଲା ।
'ହେରା ଫେରି ୩'ର ପ୍ରଯୋଜକ ଫିରୋଜ କଥାବାର୍ତ୍ତାରେ କହିଛନ୍ତି, 'ମୋ ଭାଇ ସାଜିଦ ନାଦିଆୱାଲା ଏବଂ ଅହମ୍ମଦ ଖାନଙ୍କ ପ୍ରେମ, ସମ୍ମାନ ଏବଂ ମାର୍ଗଦର୍ଶନ ଯୋଗୁଁ, ହେରା ଫେରି ପରିବାର ଏବେ ଏକାଠି ହୋଇଛି । ସାଜିଦ ସବୁକିଛି ଠିକ୍ କରିବା ପାଇଁ ବହୁତ ଦିନ ଧରି ବହୁତ ସମୟ ଏବଂ ପ୍ରୟାସ କରିଥିଲେ । ଆମର ସମ୍ପର୍କ ୫୦ ବର୍ଷରୁ ଅଧିକ ପୁରୁଣା ।
'ଅହମ୍ମଦ ଖାନ ମଧ୍ୟ ବ୍ୟକ୍ତିଗତ ସ୍ତରରେ ବହୁତ କଠିନ ପରିଶ୍ରମ କରିଥିଲେ । ସାଜିଦ ଏବଂ ଅହମ୍ମଦଙ୍କ ପ୍ରେମ ଏବଂ ମାର୍ଗଦର୍ଶନ ଯୋଗୁଁ, ଦଳ ଭିତରେ ଏବେ ସବୁକିଛି ସକାରାତ୍ମକ ହୋଇଥିଲା । ଏହା ସହିତ, ଅକ୍ଷୟ କୁମାରଙ୍କ ମଧ୍ୟ ବହୁତ ସମର୍ଥନ ରହିଥିଲା । ଏହି ସମ୍ପୂର୍ଣ୍ଣ ବିବାଦର ସମାଧାନ ସମୟରେ ସେ ବହୁତ ଦୟା ଏବଂ ସମ୍ମାନର ସହିତ ଉପସ୍ଥିତ ଥିଲେ । ପ୍ରିୟଦର୍ଶନ, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ ମଧ୍ୟ ବହୁତ ସମର୍ଥନ କରିଥିଲେ । ଆମେ ଏବେ ଖୁସିରେ ଭଲ ଫିଲ୍ମ ତିଆରି କରିବାକୁ ଅପେକ୍ଷା କରିଛୁ।'
ଫିରୋଜ ତାଙ୍କ ଆଲୋଚନାରେ 'ହେରା ଫେରି ୩'ର ସୁଟିଂ ବିଷୟରେ ମଧ୍ୟ ଏକ ଅପଡେଟ୍ ଦେଇଥିଲେ । ସେ କହିଥିଲେ, ଆମେ ସମସ୍ତେ ଏହି ଫିଲ୍ମକୁ ଆହୁରି ଭଲ କରିବା ପାଇଁ ବହୁତ ପରିଶ୍ରମ କରିବୁ । ଏବେ ଆମର ପରିବାର ଏକାଠି ହୋଇଛି ।' 'ହେରା ଫେରି ୩'ର ସୁଟିଂ ଏହି ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ । ଫିଲ୍ମର ୫୦% ରୁ ଅଧିକ ସୁଟିଂ ସରିଥିଲା, ଏହାର ଅଧା ବାକି ଥିଲା । କିନ୍ତୁ କୌଣସି କାରଣରୁ ଫିଲ୍ମଟି ମଝିରେ ଅଟକି ଯାଇଥିଲା । ଫିଲ୍ମର ନିର୍ଦ୍ଦେଶକ ଅହମ୍ମଦ ଖାନ କହିଥିଲେ ଯେ ଲୋକେସନ୍ ଯୋଗୁଁ ଫିଲ୍ମର ସୁଟିଂ ବନ୍ଦ କରାଯାଇଥିଲା