ନୂଆବର୍ଷର ପ୍ରଥମ ଦିନ ହୋଇଗଲା ଜୀବନର ଶେଷ ଦିନ, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ପିଟି ଦେଲା କାର୍

NEWS7
ayushmann-khurrana-poem-anushka-sharma-amitabh-bachchan-emotional-note-for-handwara-martyrs

ଉଦଳା: ନୂଆବର୍ଷର ପ୍ରଥମ ଦିନ । ନୂଆବର୍ଷର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୂଆ ସୂର୍ଯ୍ୟ ଉଦୟ ସହ ଅନେକ ଆଶା ମଧ୍ୟ ବାନ୍ଧିଥିଲେ । କିନ୍ତୁ ସଂଧ୍ୟା ହେବା ବେଳକୁ ଦୁନିଆରୁ ବିଦାୟ ନେଇଗଲେ । ଆଉ ମୃତ୍ୟୁ ଏମିତି ଆସିଲା ଯେ ତାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ।

ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଫେରିବା ବାଟରେ ଗାଡିରେ ତେଲ ଭର୍ତ୍ତି କରି ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିଲେ । ହେଲେ ସାମନା ପଟରୁ ଯମ ରୂପରେ ଏକ କାର ଆସି ଧକ୍କା ଦେଲା । ଫଳରେ ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । କପ୍ତିପଦା ଥାନା କପ୍ତିପଦା - ଠାକୁରମୁଣ୍ଡା ରାସ୍ତାର ପୁରୁଣାପାଣି ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏଭଳି ଘଟଣା । ଶରତ ଥାନା କଟୁରିଆ ଗ୍ରାମର ସଂଶୟ ପାତ୍ର । ଲକ୍ଷ୍ମୀ ବସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି ଡ୍ୟୁଟି ସାରି ଘରକୁ ଫେରୁଥିଲେ । ପୁରୁଣାପାଣି ପେଟ୍ରୋଲ ପମ୍ପରେ ତେଲ ଭର୍ତ୍ତି କରି ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ଶରତରୁ କପ୍ତିପଦା ଅଭିମୁଖେ ଆସୁଥିବା ଏକ କାର ଦ୍ରୁତ ଗତିରେ ଆସି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କାରର ଡ୍ରାଇଭରକୁ ଅଟକ ରଖି କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଛି ।