କଟକ ୧୦/୦୯: ସଂଗୀତ ରସିକ ମାନଙ୍କ ପାଇଁ ଶୀର୍ଷାନନ୍ଦ ଦାସ କାନୁନଗୋ ନାଁଟି ଭାରି ଆପଣାର । ଯାହାର ଲେଖନୀ ଶ୍ରୋତାମାନଙ୍କୁ ସ୍ୱପ୍ନର ଦୁନିଆରେ ପହଞ୍ଚାଦିଏ। ରୂପେଲି ପର୍ଦ୍ଦରେ ତାଙ୍କ ଗୀତ ବାଜିବା କ୍ଷଣି, ଅଗଣିତ ଦର୍ଶକ ମତୁଆଲା ହୋଇ ଉଠନ୍ତି । ସେହି ସପନର ସୌଦାଗର ତଥା ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋଙ୍କୁ । ମନେ ପକାଇଛନ୍ତି ତାଙ୍କର ଫ୍ୟାନ ମାନେ । ଶୀର୍ଷାନନ୍ଦଙ୍କ ଜୀବନ ବ୍ୟାପି ସାଧନକୁ, ସ୍ବନାମଧନ୍ୟ କଳାକାର ମାନେ ଏକ ନୂଆ ଦିଶା ଦେଇଛନ୍ତି ।

ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ୱରରେ ଏ ଗୀତ କେବେ ଓଡ଼ିଆ ଦର୍ଶକଙ୍କୁ ମତୁଆଲା କରିଥିଲା । ତାର ପ୍ରକୃତ ରୂପକାର ଥିଲେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ । ପ୍ରାୟ ୪ ଦଶନ୍ଧି ଧରି ଓଡ଼ିଆ ଜନଜୀବନକୁ ସଂଗୀତ ସହ ଯୋଡ଼ିଥିବା ଏହି ମହାନ ଗୀତିକାରଙ୍କ ଉଦେଶ୍ୟରେ ଆୟୋଜିତ ହୋଇଛି ଶୀର୍ଷାନନ୍ଦ ନାଇଟ । ଯାହାର ଟାଇଟଲ ହେଲା ମୋ ଗୀତ ମୋ ଜୀବନ । ଯେବେ ଆଧୁନିକ ଗୀତର ଏକ ନୂଆ ଯୁଗ ଆରମ୍ଭ ହୁଏ ।  ତେବେ ଓଡ଼ିଆ ସଂଗୀତ ଜଗତରେ ପ୍ରବେଶ କରନ୍ତି ଶୀର୍ଷାନନ୍ଦ । ନିଜେ ରଚନା କରନ୍ତି ଅଗଣିତ ଆଧୁନିକ ଗୀତ ପୁଣି ଭଜନ ଓ ଜଣାଣ।

ଯାହାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇଥିଲେ ଦକ୍ଷ ସଂଗୀତକାର ମାନେ। ଯେବେ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ଚାଲିଥିଲା । ତେବେ ଅଗଣିତ ଗୀତ ସୃଷ୍ଟି କରିଥିଲେ ଶୀର୍ଷାନନ୍ଦ, ଯାହାଙ୍କ ରଚନାକୁ ଜୀବନ ଦେଇଥିଲେ । ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ସୁବାଷ ଦାସ, ଗୀତା ପଟ୍ଟନାୟକ, ତୃପ୍ତି ଦାସ ଭଜନ ସମ୍ରାଟ ଭିକାରୀ ବଳଙ୍କ ଭଳି ପ୍ରତିଭା ମାନେ। ସେ କେବଳ ଜଣେ ଗୀତିକାର ନୁହଁନ୍ତି, ସଂଳାପ ଲେଖକ, ମ୍ୟୁଜିକ ଆରେଞ୍ଜର ମଧ୍ୟ। ଯେଉଁଥି ପାଇଁ ଅନେକ ସଂଗୀତ ପ୍ରତିଭାଙ୍କ ଲାଗି ସେ ଏବେବି ହେଉଛନ୍ତି ପ୍ରେରଣା ଓ ଆଦର୍ଶ।