News7 Logo

ଆରତି ଷ୍ଟିଲ ଆଣ୍ଡ ପାଓ୍ୱାର କମ୍ପାନୀ ବିରୋଧରେ ବିଜେପିର ଆନ୍ଦୋଳନ ଚେତାବନୀ

NEWS7
bjp

ଆଠଗଡ଼ ୧୬।୦୯ : ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଘଣ୍ଟିଖାଲ ଆରତି ଷ୍ଟିଲ୍‌ ଆଣ୍ଡ ପାଓ୍ୱାର କମ୍ପାନୀର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା , ପାରିପାର୍ଶ୍ୱିକ ଉନ୍ନୟନ କାମ, ଏକଛତ୍ରବାଦ ନୀତିକୁ ବିରୋଧ କରି ଘଣ୍ଟିଖାଲ କଲ୍ୟାଣ ମଣ୍ଡପ ଠାରେ ଆଠଗଡ଼ ବିଜେପି ପକ୍ଷରୁ ପ୍ରେସମିଟ୍‌ କରାଯାଇଛି ।  

ବେକାରୀ, ଚାଷୀ ଓ କୈବର୍ତ୍ତୀଙ୍କ ସମସ୍ୟା ସହ ସ୍ଥାନୀୟ ଅଞ୍ଚଳରେ ଉନ୍ନତି ପାଇଁ କମ୍ପାନୀ ବିରୋଧରେ ଆନ୍ଦୋଳନ ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଠଗଡ଼ ବିଜେପି ମଣ୍ଡଳ ସଭାପତି । ବିନା ଅନୁମତିରେ ମହାନଦୀରୁ ପାଣି ନେଇ କମ୍ପାନୀ କାମ କରୁଥିବା ବେଳେ ବାହାରୁଥିବା ଦୂଷିତ ପାଣି ଚାଷ କାର୍ଯ୍ୟ ଓ କୈବର୍ତ୍ତ ସମାଜ କ୍ଷତି ସହୁଛନ୍ତି। କମ୍ପାନୀ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କିଛି ଉନ୍ନତି ହେଉନଥିବା ଅଭିଯୋଗ ଆଣିବା ସହ ଏହି ସମସ୍ୟାର ସମାଧନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଚେତାବନୀ ଦେଇଛି ।  ​​​​​​​