News7 Logo

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ସହକାରୀ ଶିକ୍ଷକ; ନୋଡାଲ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ଜେନା ମନୋନୀତ

NEWS7
education award

ଭଦ୍ରକ : ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଭଦ୍ରକ ଜିଲ୍ଲାରୁ ଏକମାତ୍ର ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି ସହକାରୀ ଶିକ୍ଷକ ତରଣିସେନ୍ ଜେନା। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ କେନ୍ଦୁଆପଦା ନୋଡାଲ ଉଚ୍ଚବିଦ୍ୟାଳୟରେ ସେ ଶିକ୍ଷା ଦାନ କରନ୍ତି ।

ଗୁରୁଦିବସ ଅବସରରେ ଲୋକସେବା ଭବନରେ ପଞ୍ଚସଖା ଶିକ୍ଷାସେତୁ ଅଧୀନ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିବେ । ଯାହାକୁ ନେଇ ସ୍କୁଲ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରାଇବା , ବିଦ୍ୟାଳୟର ଉତ୍ତମ ପରିବେଶ ତିଆରି କରିବା , ରେଡକ୍ରସ ସାଧନ କର୍ମୀ ଭାବେ ବିଭିନ୍ନ ସେବା କାର୍ଯ୍ୟ କରିବା , ବିଦ୍ୟାଳୟରେ ପୂଜା ପାଠ ଓ ଖେଳକୁଦ ସୁପରିଚାଳନା ଆଦି କାର୍ଯ୍ୟ ପାଇଁ ଶିକ୍ଷକ ତରଣୀ ସେନଙ୍କର ରୁଚି ରହିଛି ।

ଏହି ପୁରସ୍କାର ତାଙ୍କ ନିଷ୍ଠାକୁ ଅଧିକ ଦୃଢ଼ଭୂତ କରିବା ସହ ଶିକ୍ଷାକ୍ଷେତ୍ରରେ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି । ପୂର୍ବରୁ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଶେଖର କରଶର୍ମା ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ।