News7 Logo

ରାଜଧାନୀରେ ଆସାମ ପୋଲିସ, ଅପରାଧୀକୁ ଧରିବା ପାଇଁ କବାଟ ଭାଙ୍ଗି ଘରେ ପଶିଲା

NEWS7
infocity police

ଭୁବନେଶ୍ୱର ୦୪।୦୯ : ରାଜଧାନୀରେ ଆସାମ ପୋଲିସର ଚଢ଼ାଉ। ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତକୁ ଧରିବାକୁ ତାଲା ଭାଙ୍ଗି ପଶିଲା ପୋଲିସ। ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଚାଲିଛି ରେଡ୍। ଏହି ଚଢ଼ାଉ ସମୟରେ ଆସାମ ପୁଲିସକୁ ସାହାୟତା କରୁଛି କମିଶନରେଟ୍ ପୋଲିସ। ତେବେ ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ସ୍ପଷ୍ଟ ହୋଇନି। ଏକ ଠକେଇ ମାମଲାରେ ଅଭିଯୁକ୍ତର ସଂପୃକ୍ତି ଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଗୁରୁବାର ଦିନ ଆସାମ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଇଫୋସିଟି ଅଞ୍ଚଳରେ ଚଢ଼ାଉ କରିଥିଲା। ଏକ ଆପାର୍ଟଣ୍ଟେରେ  ଜଣେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ କରି ଚଢ଼ାଉ କରିଥିଲା ପୋଲିସଏହି ଚଢାଉ ସମୟରେ ଉକ୍ତ ଘରର ଭିତର ପଟୁ କେହି ଖୋଲିନଥିଲେ । ଶେଷରେ ବାଧ୍ୟ ହୋଇ ତାଲା ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିଲା ଆସାମ ପୋଲିସ । ହେଲେ ପୋଲିସ ଆସିବା ଦେଖି ଚମ୍ପଟ ମାରିଥିଲେ ମୋଷ୍ଟ ଓ୍ୱାଣ୍ଟେଡ୍‌ । ବାକି ରୁମ୍‌ ଭିତରେ ଜଣେ ମହିଳା ଥିବା ସୂଚନା ରହିଛି ।ଏହି ଚଢ଼ାଉ ସମୟରେ ଇନ୍‌ଫୋସିଟି ଥାନା ଅଧିକାରୀ ଓ ଟିମ୍ ଉପସ୍ଥିତ ରହିଥିଲା।